ବିଜୁ ଯୁବ ବାହିନୀର ସଭାପତି ଓ ସମ୍ପାଦକଙ୍କ ସମେତ ବିଜେଡି ଛାଡିଲେ ୫ ଶହରୁ ଉଦ୍ଧ୍ୱର୍ କର୍ମୀ
ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ଆଉ କେଇଟା ଦିନ ସାଧାରଣ ନିର୍ବାଚନ ଥିବା ବେଳେ ବନ୍ତ ବ୍ଲକ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବସନ୍ତିଆ ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି, ସମ୍ପାଦକ ଓ କୋଷାଧ୍ୟକଙ୍କ ସମେତ ୫ ଶହରୁ ଉଦ୍ଧ୍ୱର୍ କର୍ମୀ ବିଜୁ ଜନତା ଦଳ ଛାଡିଥିବାର ଜଣାଯାଇଛି । ବସନ୍ତିଆ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ବ୍ଲକ ବିଜେଡି ଉପସଭାପତି ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ କର୍ମୀ ମାନେ ଦଳ ଛାଡିବା ନିଷ୍ପତ୍ତି ନେଇଥିଲେ । ଗୁରବାର ବସନ୍ତିଆ ପଞ୍ଚାୟତ ଅନ୍ତର୍ଗତ କଟିଣା ଠାକୁରାଣୀ ପଡିଆ ଠାରେ ଆୟୋଜିତ କର୍ମୀ ସମାବେଶରେ ବିଜୁ ଯୁବ ବାହିନୀର ସଭାପତି ଅକ୍ଷୟ ସାହୁ, ସଂପାଦକ ଜୀବନ ଦାସ, କୋଷାଧ୍ୟକ୍ଷ ନରୋତ୍ତମ ଜେନା, ମାନସ ଦାସ, ଜିତୁ ଦାସ, ପପୁ ଦାସ, ଅମୂଲ୍ୟ ରାଉତ, ବାପୁ ଦାସ, ବିଶ୍ୱନାଥ ଧଳ, ବୁନା ପାତ୍ର, ବାବୁ ସ୍ୱାଇଁ, ସୋମନାଥ ଜେନା, ସୁଧାଂଶୁବାଳା ଜେନା, ନରହରି କର, ମହେଶ୍ୱର ଜେନା, ଭାସ୍କର ଜେନା, କାଶିନାଥ ରାଉତ, ପୂର୍ଣ୍ଣ ରାଉତ, ଅରୁପ ମଲ୍ଲିକ, ଘନଶ୍ୟାମ ମଲ୍ଲିକ, ଶାନ୍ତନୁ ରାଉତ, ହେମନ୍ତ ପଣ୍ଡା, ଅମୂଲ୍ୟ ମହାନ୍ତି, ଗଣେଶ ସେଠୀଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଥିଲେ । ଆଗକୁ ପ୍ରାକ୍ତନ ସରପଞ୍ଚ ଶ୍ରୀ ଓଝା ଯେଉଁ ରାଜନୈତିକ ଦଳକୁ ସମର୍ଥନ କରିବେ ସମସ୍ତେ ତାଙ୍କୁ ସମର୍ଥନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ସମର୍ଥନ କରାଯିବ ସେ ସଂପର୍କରେ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଓଝା କହିଛନ୍ତି ।


