ବିଜୁ ଯୁବ ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ବ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲ୍ଲିକ,ତିରୁଣା ପଂଚାୟତ ସରପଂଚ ନିରୁପମା ଦାସ,ସମିତି ସଭ୍ୟା ଝୁମୁରି ମଲ୍ଲିକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ନାୟକ, ବିଜୁ ଯୁବ ବାହିନୀର ବ୍ଳକ ସଂଯୋଜକ ରବିନାରାୟଣ ଷଡଙ୍ଗୀ,ତିରୁଣା ବିଜୁ ଯୁବ ବାହିନୀର ସଭାପତି ମିତାଲି ବିଶ୍ୱାଳ, ଦେବଦତ ତ୍ରିପାଠୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତିରୁଣାସ୍ଥିତ ସୁବଣ୍ଣେଶ୍ୱର ମହାଦେବଙ୍କ ପରିସର ଓ ଇନ୍ଦିରା ଯୁବକ ସଂଘ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷ, ବିଡିଓ ଓ ଅନ୍ୟମାନେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷର ଚାରାରୋପଣ କରିଥିଲେ ।