ବିଜୁ ଶତବାର୍ଷିକୀ ପାଳନ ଅବସରେ ଛାତ୍ର ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶାଳ ଛାତ୍ରସମାବେଶ
ଭୁବନେଶ୍ୱର: ଓଡ଼ିଶା ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ବିଜୁ ଶତବାର୍ଷିକୀ ପାଳନ ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ଏକ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ସମାବେଶ ଓ ବିପିୟୁଟିର ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆସନ୍ତା ୧୫ ମାର୍ଚ୍ଚ ୨୦୨୦, ଦିବା ୩ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଛାତ୍ର ସମାବେଶରେ ରାଜ୍ୟର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ବୈଷୟିକ ବିଶ୍ୱବିଦ୍ୟାଳୟର ୩୦୦୦ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗ ଦେବେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଛାତ୍ରସମାବେଶରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ତଥା ଯୁବ ଓ ଛାତ୍ରନେତାମାନେ ଯୋଗଦାନ କରିବେ । ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଜୁ ବାବୁଙ୍କ ଜୀବନୀ ଉପରେ ବକ୍ତୃତା, ଫଟୋଚିତ୍ରଗୁଡ଼ିକ ପ୍ରଦର୍ଶନ କରାଯିବା ସହ ବିପିୟୁଟି ବାର୍ଷିକ ଉତ୍ସବ ‘ଆଲିଗ୍ରେଟୋ-୨୦୨୦’ ଅବସରରେ ବଲିଉଡ଼୍ ଓ ଓଲିଉଡ୍ର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ