ବିଜୁ ଶ୍ରାଦ୍ଧ ଦିବସରେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ରକ୍ତ ଦାନ ଶିବିର
କଳାହାଣ୍ଡି, (ଓ୍ବାଇଏନ୍ଏସ୍): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜୀବନ ବିନ୍ଦୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ଛାତ୍ର ସଭାପତି ଅବିନାଶ ଠାକୁର ଙ୍କ ନେତୄତ୍ୱ ରେ ହୋଇଥିବା ଏହି ଶିବିର ରେ ଅନେକ ଯୁବ-ଛାତ୍ର କର୍ମକର୍ତା ରକ୍ତ ଦାନ କରିଥିବା ବେଳେ ରକ୍ତ ଦାତା ମାନଙ୍କୁ ମାନ୍ୟବର ଗୃହ ଶକ୍ତି ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ ଉତ୍ସାହିତ କରିଥିଲେ ଏହି ରକ୍ତଦାନ ଶିବିର ରେ ସାମାଜିକ ଦୁରତା ଓ ଲକଡାଉନ ର ନିୟମ କୁ ବଜାୟ ରଖାଯାଇଥିଲା।