ବିଜୁ ସାହସିକତାକୁ ମନେ ପକାଇଲେ ମୋଦି

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗୁରୁବାର ଏ ନେଇ ଏକ ଟୁଇଟ କରି ୧୯୪୫ ମସିହାର ଏକ ପ୍ରଶସ୍ତିପତ୍ର ଅର୍ଥାତ ଦସ୍ତାବିଜକୁ ଆଟାଚ୍‌ କରି ବିଜୁଙ୍କୁ ମନେ ପକାଇଛନ୍ତି ମୋଦି। ବିଜୁ ବାବୁ ସାହସିକତା ଦେଖାଇ ରାମ ମନୋହର ଲୋହିଆଙ୍କୁ ବିମାନରେ ଉଦ୍ଧାର କରିଥିଲେ। ବିଜୁ ବାବୁ ଭାରତର ବିକାଶ ପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ। ଓଡ଼ିଶାର ବିକାଶ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମୋଦି ଟୁଇଟ୍‌ କରି କହିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ