ବିଜେଡ଼ିର ଉଦୟମାନ ଛାତ୍ର ନେତା ଦେବବ୍ରତ

ଯାଜପୁର,(ୱାଇଏନ୍ଏସ୍): ଯାଜପୁର ଜିଲ୍ଲା ଛାତ୍ର ବିଜେଡ଼ିର ବିଭିନ୍ନ ପଦପଦବୀର ପରିବର୍ତ୍ତନ ହେବାର ଅଛି। ଏହି ପରିବର୍ତ୍ତନରେ ଛାତ୍ର ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବବ୍ରତ ମହାପାତ୍ର ଓରଫ୍ ମୁନାଙ୍କୁ ମିଳିବ ବୋଲି ଚର୍ଚ୍ଚା ହୋଉଛି। ବିଧାୟକ ତଥା ରାଜ୍ୟ ବିଜେଡ଼ି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ତାଙ୍କ ସାନ ଭାଇ ତଥା ଯାଜପୁରର ପୂର୍ବତନ ପୈାରଧକ୍ଷ ଭବ ପ୍ରସାଦ ଦାସଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ତଥା କୋରେଇ ନିର୍ବାଚନ ମଣ୍ଡଳୀର ଦେବବ୍ରତ ମହାପାତ୍ର ସମାଜସେବା ଦିଗରେ ଖୁବ୍ ଆଗରେ ଅଛନ୍ତି । କୋରାନା ମହାମାରୀ ସମୟରେ ଅସହାୟ ମାନଙ୍କୁ ସେବା ଯୋଗାଇବା ଭଳି ରକ୍ତ ଯୋଗାଇବା ବ୍ୟବସ୍ଥା କରିବା ଭଳି ଅନେକ କାର୍ଯ୍ୟ କରିଛନ୍ତି । ଏଥିସହିତ ମାନ୍ୟବର କୋରେଇ ବିଧାୟକ‌‌ ଅଶୋକ କୁମାର ବଳ ଦେବବ୍ରତ ମହାପାତ୍ରଙ୍କ ଉପରେ ବେଶ୍ ଖୁସି ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ଆଗାମୀ ଦିନରେ ଦେବବ୍ରତ ମହାପାତ୍ରଙ୍କ ରାଜନୀତିକ ଭବିଷ୍ୟତ କ’ଣ ହୋଉଛି ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ