ବିଜେଡ଼ିର ଜନ ଆଶ୍ରିବାଦ ଶୋଭାଯାତ୍ରା
ନିମାପଡ଼ା,(ସନ୍ତୋଷ ଦାଶ) ସୋମବାର ନିମାପଡ଼ା ବିଜେଡ଼ି ପକ୍ଷରୁ ଭିଲିଗ୍ରାମ ଓ ତୁଳସୀପୁର ପଞ୍ଚାୟତ ଅଞ୍ଚଳରେ ଜନ ଆଶ୍ରିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନିମାପଡା ବିଧାନସଭା ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଡ଼ଃ. ରାଜଶ୍ରୀ ମଲ୍ଲିକ ଦଳୀୟ କର୍ମୀ ମାନଙ୍କ ସହିତ ମୋଟର ସାଇକେଲ ରାଲିରେ ଉଭୟ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ବିଭିନ୍ନ ଗ୍ରାମରେ ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ବଜାଇ ବାଣ ଫୁଟାଇ ବାଜା ବଜାଇ କର୍ମୀ ମାନେ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ।


