ବିଜେଡ଼ିର ପ୍ରଚାର
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ୩୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ଚାରୋଟି ପ୍ରମୁଖ ରାଜନୈତିକ ଦଳକୁ ନେଇ ରାଜନୀତି ସରଗରମ ରହିଛି । ପୋଲସରା ବ୍ଲକର ଖଣ୍ଡୁରୁ, ବାଲିଛାଇ, ବେଲଗାଁ, କଳମ୍ବ, ବର୍ତ୍ତିନୀ, ଘୋଡ଼ାପଲାଣ, ହାତୀଓଟ, ରୁମାଗଡ ପଞ୍ଚାୟତକୁ ନେଇ ଗଠିତଏହି ଜୋନ୍ ପୂର୍ବରୁ ବିଜୁ ଜନତା ଦଳ ଦଖଲରେ ରହି ଆସିଛି । ଗତ ନିର୍ବାଚନରେ ଏହି ଜୋନର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବାସନ୍ତୀ ପାତ୍ର , କଂଗ୍ରେସରୁ ପ୍ରଭାସିନୀ ସାହୁ, ବିଜେପିରୁ ପ୍ରତିମା କୁମାରୀ ସାହୁ ଓ ବିଜେଡିରୁ ଝୁନୁ ଦାଶ ପାର୍ଥିନୀ ହୋଇଛନ୍ତି। ବିଜେପିର ପ୍ରତିମା କୁମାରୀ ସାହୁ ପୂର୍ବରୁ କଳମ୍ବ ଗ୍ରାମ ପଞ୍ଚାୟତରେ ଗୋଟିଏ ଥର ସମିତି ସଭ୍ୟା ଭାବେ ବିଜୟୀ ହୋଇ ଥିବା ବେଳେ ତାହାପରେ ନିର୍ବାଚନ ପକ୍ରିୟାରେ ସାମିଲ ହୋଇ ଦୁଇଥର ପରାଜୟ ହୋଇଥିଲେ । କଂଗ୍ରେସ ଓ ଆମ ଆଦମୀ ପାର୍ଟି ର ପାର୍ଥିନୀ ନୂଆଁ ମୁହଁ ଅଟନ୍ତି। ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବିଜୁ ଜନତା ଦଳର ପୁରୁଣା ନେତ୍ରୀ । ସେ ବିଜୁ ଜନତା ଦଳର ପୋଲସରା ବ୍ଲକ ଘୋଡାପଲାଣ ପଞ୍ଚାୟତର ସମିତି ସଭ୍ୟ ଭାବରେ ନିଜ ଦାୟିତ୍ଵ ତୁଲାଇ ଆସିଛନ୍ତି । ଏହା ସହିତ ପୋଲସରା ବ୍ଲକ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରି ଆସିଛନ୍ତି । ଦଳୀୟ ସଙ୍ଗଠନ ଓ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଭାବରେ ଜଡ଼ିତ ଥିବା ଏବଂ ନିଜର ଭାବମୂର୍ତ୍ତି ଓ ବିଜୁ ଜନତା ଦଳର ବିକାଶ ଧାରା ସହ ସାଙ୍ଗଠନିକ ଦକ୍ଷତା ଆଧାରରେ ଝୁନୁ ଦାଶଙ୍କ ସ୍ଥିତି ମଜବୁତ୍ ଥିବା ଶୁଣାଯାଉଛି ।