ବିଜେଡ଼ି ଦଳରେ ଫାଟ କିଛି କର୍ମୀଙ୍କ ନାରେ ଦୁର୍ନିତୀ କରିଥିବା ପ୍ରଚାର ପତ୍ର ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି ଦୁଇ ଫାଳ ହୋଇଥିଲା । ଯାହାଫଳରେ ବିଜେପି ଫାଇଦା ମାରି ନେଇଥିଲା। ପଞ୍ଚାୟତର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପାଇଁ ଲଢେଇ ହେବ ଜୋରଦାର । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲା ରେ ଆରମ୍ଭ ହୋଇଯାଇଛି ସଂଘଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ବୈଠକ ପରେ ବୈଠକ । କିନ୍ତୁ ମୋହନା ବ୍ଲକରେ ଦୁଇ ଦିନ ହେଲା ବିଜେଡ଼ି ଦଳର କିଛି କର୍ମୀଙ୍କ ନାମରେ ଦୁର୍ନିତୀ ନେଇ ଘୁରି ବୁଲୁଚି ପ୍ରଚାର ପତ୍ର I ଏହି ପ୍ରଚାର ପତ୍ରରେ ଉଲ୍ଲେଖ ରହିଛି ବିଜେଡି ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ବିଜେଡିର ତୁଙ୍ଗ ନେତା ବିଳାସ ନାୟକ ,ପ୍ରକାଶ ନାୟକ, ହାଡ଼ିଆ କନ୍ଧ ,ରଞ୍ଜୀବ ଶବର, ପୂର୍ବତନ ବିଡିଓ ବଂଶୀଧର ଖୋସଲାଙ୍କୁ ଭୟଭୀତ କରାଇ ଟଙ୍କା ଶୋଷଣ କରୁଥିଲେ। ବର୍ତ୍ତମାନ ପଞ୍ଚାୟତରାଜ ବିଭାଗ ଦ୍ଵାରା ନିର୍ଯୁକ୍ତି କରାଯାଇଥିବା ନିର୍ବାହି ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀଙ୍କୁ ମୋହନା ବ୍ଳକରୁ ସ୍ଥାନାନ୍ତର କରାଇବା ପାଇଁ ଦୁଇ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଓ ମନୋଜ ଦାସ ଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଗାଡି ଭଡା କରି ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ବ୍ଲକରେ ତାଲା ପକାଇ ରାତି ଅଧିଆ ଏଠାରୁ କାଢି ଅନ୍ୟ ସ୍ଥାନକୁ ବଦଳି କରିଥିଲେ। ତେବେ କେବେ ନୂତନ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରେ ଯୋଗ ଦେବେ ନା ବିଳମ୍ବ ପାଇଁ କେବେ ବ୍ଲକରେ ତାଲା ଝୁଲିବ? ଏହାକୁ ନେଇ ଅଞ୍ଚଳବାସୀ ହତଚ଼କିତ ଅଛନ୍ତି। ହାଡ଼ିଆ କନ୍ଧ ପୁର୍ବତନ ବିଧାୟିକା ବାସନ୍ତୀ ମଳିକଙ୍କ ସମୟରେ ଅନେକ ଗ୍ରାମରୁ ଚର୍ଚ୍ଚ କରାଇଦେବା କହି ୫ରୁ ୧୦ଲକ୍ଷ ଲୁଟିଛନ୍ତି। ଆଜିପର୍ଯ୍ୟନ୍ତ ଗାଁ ଗୁଡିକରେ ହୋଇପାରିନି ଚର୍ଚ୍ଚ । ପୁଣି ଏବେ ଅଧିକାରୀ ମାନଙ୍କୁ ଡ଼ରାଇ ଦାଦାବଟି ମାଗୁଛନ୍ତି ୪ ବିଜେଡ଼ିର ବରିଷ୍ଟ ନେତା କହୁଥିବା ଏହି ବ୍ଯକ୍ତି ମାନେ । ବ୍ଲକ ସଭାପତି ବିଧାୟକ ନିର୍ବାଚନ ସମୟରେ ବୁଥ କମିଟି ପାଇଁ ଆସିଥିବା ଟଙ୍କା ନ ବାଣ୍ଟି ଲୁଟି ଖାଇଛନ୍ତି। ଦଳୀୟ ଟଙ୍କା ଲୁଟି ବୁଲେଟ କିଣି ବୁଲିବା ସହ ବ୍ଲକ ଆସୁଥିବା କର୍ମୀଙ୍କୁ ସରପଞ୍ଚ, ସମିତି ସଭ୍ୟ ଟିକଟ କରେଇ ଦେବି କହି ଟଙ୍କା ମାଗୁଛନ୍ତି। ଗାଁ ଗାଁ ବୁଲି ମିଟିଙ୍ଗ କରି ତମ ଗାଁରେ ଚର୍ଚ୍ଚ ମନ୍ଦିର କରାଇଦେବୁ କହି ଅନେକ ଟଙ୍କା ଲୁଟୁଛନ୍ତି। ଚା ଦୋକାନରେ ବସି ଥିବା ଫୋଟ ଉଠାଇ ଗ୍ରୁପରେ ଛାଡି ଥିବା ଦେଖିବାକୁ ମିଳିଛି। ପୁରୁଣା କର୍ମୀଙ୍କୁ ବଦନାମ କରି ତମେ ମାନେ ବ୍ଲକରେ ବସୀ ଟଙ୍କା ଖାଉଛ ବଙ୍ଗଳା ରେ ବସି ରାତି ଅଧିଆ ମିଟିଙ୍ଗ କରି ଦଳକୁ ବଦନାମ କରୁଥିବା ଭଳି ଅନେକ କିଛି ଲେଖା ଯାଇଛି। ଏହି ବ୍ଯକ୍ତି ମାନଙ୍କୁ ଦଳରେ ପ୍ରାଧାନ୍ୟ ଦିଆଗଲେ ଆମେ ଦଳ ବିରୋଧୀ କାମ କରିବାକୁ ବାଧ୍ୟ ହେବୁ ବୋଲି ଉଲେଖ ରହିଛି ।ଯାହାକି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ସହ ଅନେକ ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି। ଏ ନେଇ ବ୍ଲକ ସଭାପତି ରଞ୍ଜୀବ ଶବର ଦଳର କିଛି ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ ଦେଇଛନ୍ତି ମୋହନା ଥାନାରେ । ସେମାନେ ହେଲେ ଦେବାନନ୍ଦ ନାୟକ, ପ୍ରଫୁଲ ଲିମା, ପ୍ରଶାନ୍ତ ନାୟକ, ସାଗର ବଳିଆରସିଂ ଏହି ବିଷୟରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ହୋଇଛି ଆମେ ଲିଖିତ ଅଭିଯୋଗରେ ଉଲ୍ଲେଖ ଥିବା ବ୍ୟକ୍ତି ବିଶେଷଙ୍କୁ ଡାକି ପଚାରି ବୁଝିବୁ ଏବଂ ଏହା ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ଦୋଷୀ ପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉକି ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ଏବଂ ଦଳ ଭିତରେ କନ୍ଦଳ ଆରମ୍ଭ ହୋଇଗଲାଣି। ଆଗରୁ ନିଜକୁ ବିଜେଡିର ବରିଷ୍ଟ ନେତା ତଥା ପ୍ରଦୀପ ପାଣିଗ୍ରାହୀଙ୍କ କିଛି ଖାସ କୁଜି ନେତା ବ୍ଳକରେ ମୌନବ୍ରତ ଅବଲମୂନ କରିି ଦଳକୁ ପରୋକ୍ଷରେ ବଦନାମ କରି ଲୋକଙ୍କଠାରୁ ମିଛ କଥା କହି ଓ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଟଙ୍କା ଶୋଷଣ କରୁଥିବାର ଲୋକେ କୁହା କୋହି ହେଉଥିବାର ଶୁଣିବାକୁ ମିଳୁଛି। ଏଥିପ୍ରତି ଦଳର ସୁପ୍ରିମୋ ଦୃଷ୍ଟିଦେବାକୁ ଦଳ ପକ୍ଷରୁ ଦାବି ହେଉଛି। ନଚେତ ସ୍ଥାନୀୟ ବ୍ଳକରେ ବିଜେଡିର ପତନ ଘଟିବା ସୁନିଶ୍ଚିତ ବୋଲି ବୁଦ୍ଧିଜୀବି ମହଳରେ ମତ ପ୍ରକାଶ ପାଉଛି। ଏଥର ମଧ୍ୟ ବିଜେଡିର ଦୁଇ ଫାଳର ଫାଇଦା ନେଇ ବିଜେପି ଓ କଂଗ୍ରସ ଦଳ ଫାଇଦା ମାରି ନେବେନି ତ ବୋଲି ସାଧାରଣରେରେ ଚର୍ଚ୍ଚା ଜୋର ଧରିଛି।


