ବିଜେଡ଼ି ପକ୍ଷରୁ ନବ ନିଯୁକ୍ତି ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ କୁ ସାକାର କରିବା ସହ ବ୍ରହ୍ମପୁର ସହରର ବିକାଶ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମରେ ହୋଇଥିବା ବିଜେଡ଼ି ପକ୍ଷରୁ ନବ ନିଯୁକ୍ତି ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ୨ ଓ ୯ ନଂ ୱାର୍ଡ ପୁରଣା ବ୍ରହ୍ମପୁର ଅନ୍ତର୍ଗତ ଗଣେଶ ନଗର ନିକଟସ୍ଥ ଗଣେଶ ଦେବଙ୍ଗ କଲ୍ୟାଣ ମଣ୍ଡପ ପରିସରରେ ବିଜେଡ଼ି ଓ ସ୍ତାନୀୟ ଅଞ୍ଚଳ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅଞ୍ଚଳର ପୁର୍ବତନ କର୍ପୋରେଟର ଏନ୍ .ତେଟଶ୍ୱରୀ ରାଓ ,ଏନ୍.ଆପା ରାଓ ,ଉଦ୍ଧବ ବିଷୋୟୀ , ଭାନୁମତି ବିଷୋୟୀ ଉପସ୍ଥିତ ରହି କେକ୍ କାଟି ନବ ନିଯୁକ୍ତ ଅଜିତ ପଣ୍ଡା , ଅସିତ୍ ସାବତ, ବି. ଦୁର୍ଗା ରାଓ,ଭଗବାନ ସାହୁ ,ହରିସ ଚନ୍ଦ୍ର ସେଠିଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ନବ ନିର୍ବାଚିତ ଯୁବ ଜନତା ଦଳର କର୍ମକର୍ତ୍ତା ଆଗାମୀ ଦିନରେ ସମସ୍ତେ ସହର ତଥା ଅଞ୍ଚଳର ବିକାଶ ପାଇଁ ସଦାସର୍ବଦା ଲଢେଇ କରିବେ ବୋଲି ମତ ପ୍ରକାଶ କରିଥିଲେ । ଆଜିର କାଯ୍ୟକ୍ରମରେ ବଲବିର ପାଣିଗ୍ରାହୀ ,ପାଳୟା ବାବୁ ,ଏଙ୍କା ମହାରଣା ,ଜି .ସାତିମ୍ ବାବୁ ,ରବୀନ୍ଦ୍ର ପାଣିଗ୍ରାହୀ ,ବଦ୍ରୀ ନାରାୟଣ ପଣ୍ଡା ,ରବି ସେଠି , ଅମିତ କୁମାର ପାତ୍ର ,ବି. ଶ୍ରୀନିବାସ ପାତ୍ର ଜିଲ୍ଲା ସମ୍ପାଦକ ଏଲ୍ .ହରି ନାଥ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ