ବିଜେଡ଼ି ପକ୍ଷରୁ ସାଙ୍ଗଠନିକ ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ) :-ଆଜି ନିମାପଡା ଟାଉନହଲ ଠାରେ ନିମାପଡା ବ୍ଲକ ବିଜୁଜନତା ଦଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବ୍ଲକ ନେତୃବୃନ୍ଦଙ୍କ ସହିତ ସଂଗଠନ ବିଷୟରେ ବିଭିନ୍ନ ଆଲୋଚନା କରିବା ସହ ସେମାନଙ୍କର ମାର୍ଗଦର୍ଶନ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ଷଷ୍ଠଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ସମୀର ରଞ୍ଜନ ଦାଶ ଚତୁର୍ଥଥର ବିଧାୟକ ଭାବେ ଜିତିବାକୁ ହେଲେ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ନିମାପଡା ବ୍ଲକ ସଭାପତି ଅଶୋକ ସାହୁ,ଏନ.ଏ.ସି ସଭାପତି ଜୀବନlନନ୍ଦ ମହାପାତ୍ର, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ, ନିମାପଡା ବ୍ଲକ ଅଧକ୍ଷ ଶଙ୍କର ଭୋଇ,ନିମାପଡା ନିର୍ବାଚନ ମଣ୍ଡଳୀ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ବ୍ଲକ, ଜୋନ୍ ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।