ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ଜୋରଦାର ପ୍ରଚାର
ନିମାପଡ଼ା,(ସନ୍ତୋଷ ଦାଶ) ନିମାପଡ଼ା ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଗାଁ’କୁ କାମ ମା’କୁ ସମ୍ମାନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି। ଆସନ୍ତା ଦିନରେ ଏହି ଯୋଜନା ଅଧିକ ବିସ୍ତାରିତ କରାଯିବ। ଜୁଲାଇରୁ ଆଉଏକ ବଡ଼ ପଦକ୍ଷେପ ସ୍ୱରୂପ ମାଗଣା ବିଜୁଳି ପ୍ରଦାନ ଯୋଜନାର ଶୁଭାରମ୍ଭ କରାଯିବ, ଯାହାଦ୍ୱାରା ଲକ୍ଷ ଲକ୍ଷ ଜନସାଧାରଣ ଏଥିରେ ଉପକୃତ ହେବେ ବୋଲି ଦିଲ୍ଲୀପ କହିଛନ୍ତି। ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଗୁରୁବାର ଦିନ ନିମାପଡ଼ା ନିର୍ବାଚନମଣ୍ଡଳୀ ୧୮ନମ୍ବର ଜୋନ୍ ହରିପୁର, ଗଡ଼ପଦନପୁର, ଶାଇଁଷଶାସନ, ଗୋପୀନାଥ ପୁର ଆଦି ପଞ୍ଚାୟତର ୩୦ଟି ଗ୍ରାମ ଏବଂ ଶୁକ୍ରବାର ଦିନ ଗୋପବ୍ଲକର ବଣିଆସାହି, ବନ୍ତଳୀଗ୍ରାମ, କୁଆଁପଡା ଆଦି ପଞ୍ଚାୟତର ବିଭିନ୍ନଗ୍ରାମକୁ ଯାଇ ପ୍ରଚାର କରିଥିଲେ। ଘରକୁ ଘର ବୁଲି ଶଙ୍ଖଚିହ୍ନରେ ଭୋଟ ଦେବାକୁ ନିବେଦନ କରିବାସହ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ ନିଜପାଇଁ ଭୋଟ ଭିକ୍ଷା କରିଥିଲେ। ଏଥିସହ ଗଣେଶ୍ୱରପୁର ଗ୍ରାମପଞ୍ଚାୟତ ଠାରେ ନୂତନ ନିର୍ବାଚନୀ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଦିଲ୍ଲୀପ ନାୟକଙ୍କ ସହ ଗୋପ ବ୍ଲକ ଚେୟାରମ୍ୟାନ ଝୁନୁଲତା ମଲ୍ଲିକ, ପଞ୍ଚାୟତ ସଭାପତି ପ୍ରହଲ୍ଲାଦ ସ୍ୱାଇଁ, ସାଂସଦ ପ୍ରତିନିଧି ସୁକାନ୍ତ ମହାନ୍ତି, କରୁଣାକର ସାହୁ, ମଧୁସୂଦନ ପ୍ରଧାନ ଏବଂ ସ୍ଥାନୀୟ ନେତୃତ୍ୱ ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡ଼ାରେ ବିଜେଡ଼ିର ବିଜୟାଧାରାକୁ ଅକ୍ଷୁର୍ଣ୍ଣ ରଖିବା ଓ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ପ୍ରଚାର ସମୟରେ ଦିଲ୍ଲୀପଙ୍କୁ ପଞ୍ଚାୟତ ମାନଙ୍କରେ ଅଦ୍ଭୁତପୁର୍ବ ସମର୍ଥନ ମିଳୁଥିବା ଦେଖାଯାଇଛି। ଶନିବାର ଦିନ ନିମାପଡ଼ା ବ୍ଲକ ଶଗଡା, ବଡ଼ମାଛପୁର, ରଟିଲୋ, ଚଅଁରପଦା ପ୍ରଭୃତି ପଞ୍ଚାୟତରେ ପ୍ରଚାର କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ଦିଲ୍ଲୀପ ସୂଚନା ଦେଇଛନ୍ତି।