ବିଜେଡ଼ି ର କର୍ମୀ ସମ୍ମିଳନୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ କୁରୁଜଙ୍ଗ ପଞ୍ଚାୟତ ର ବିଜେଡ଼ି ପକ୍ଷରୁ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କର୍ମୀ ବୈଠକ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ ପ୍ରମୁଖ ଯୋଗ ଦେଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଠାରୁ ଦଳ ପକ୍ଷରୁ ଆୟୋଜିତ ପଦଯାତ୍ରାକୁ କିପରି ସଫଳ କରାଯାଇ ପାରିବ ଓ ପ୍ରତି ୱାର୍ଡ ସ୍ତର ରେ ଦଳ କୁ ମଜଭୁତ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ କର୍ମୀ ମାନେ ସାଧାରଣ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।