ବିଜେଡିରେ ନୂତନ ସମୀକରଣ ହେବ କି?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ୨୦୧୪ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା କେ. ସୁରୀୟା ରାଓ ଗତକାଲି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି. ସେ ନିଜର ବହୁ ସମର୍ଥକଙ୍କ ସହ ଭୁବନେଶ୍ୱର ଠାରେ ଥିବା ଶଙ୍ଖଭବନରେ ପହଞ୍ଚି ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି. ଏଠାରେ ସୂଚନାଯୋଗ୍ୟଯେ ଆଗାମୀ ନିର୍ବାଚନରେ ବିଜେଡି ଦଳ ତରଫରୁ ବହୁ ନେତା ଟିକେଟ ପାଇଁ ଆଶାୟୀ ଥିବାବେଳେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରୀୟା ରାଓଙ୍କ ବିଜେଡିରେ ସାମିଲ ହେବାକୁ ନେଇ ନୂଆ ସମୀକରଣ ସୃଷ୍ଟି ହୋଇଛି. ରାଜନୈତିକ ସମୀକ୍ଷକଙ୍କ ମତ ଅନୁଯାୟୀ ପାରଳା ଆସନରୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟ ସମ୍ଭବ ଥିବା ପୂର୍ବତନ କଂଗ୍ରେସ ବିଧାୟକ ସୁରୀୟା ରାଓଙ୍କୁ ବିଜେଡିରେ ସାମିଲ କରି ଆଗାମୀ ନିର୍ବାଚନରେ ପାରଳା ଆସନ ହାତେଇବା ପାଇଁ ସୁରୀୟା ରାଓଙ୍କୁ ବିଜେଡିରେ ସାମିଲ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ