ବିଜେଡିରେ ମହାମିଶ୍ରଣ ପର୍ବରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶଙ୍କ ଯୋଗଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହଳଦା ବ୍ଳକର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଜେଡିର ମହାମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର‌୍ୟ୍ୟ କ୍ରମରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଞ୍ଜ ବିଜେଡି ମହାପ୍ରଭାରୀ,ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ତାଙ୍କ ସହିତ ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡୀ,ରାଜ୍ୟ ସଭା ସାଂସଦ ମମତା ମହାନ୍ତ , ରାଜ୍ୟ ବିଜୁ ଯୁବଜନତା ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଇରଙ୍ଗପୁର-ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରଭାରୀ ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଢଳ, ମୋରଡା ବିଧାୟକ ରାଜ କିଶୋର ଦାସ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ପୂର୍ବତନ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡୀ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦା,ରାଜ୍ୟ ଯୁବ ସାଂଗଠନିକ ନେତା ପ୍ରକାଶ ଡାଙ୍ଗ ,ପ୍ରକାଶ ଛାଟୋଇ,ସୁବ୍ରତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ରାଇରଙ୍ଗପୁର ମହାବିଦ୍ୟାଳୟ ପାଖରୁ ରାଜ୍ୟ ନେତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ବିଜୁପଟ୍ଟନାୟକଙ୍କ ଛକ ପର‌୍ୟ୍ୟନ୍ତ ପାଛୋଟି ନିଆଯାଇଥିଲା ।ସେଠାରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ବହୁ ମହିଳା ନେତାଙ୍କୁ ସ୍ବାଗତ କରିଥିଲେ ।ପରେ ନେତୃବୃନ୍ଦ ବହଳଦା ପୃର୍ତ୍ତ ବିଭାଗ ବଙ୍ଗଳା ପରିସରରେ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଦଳୀୟ କର୍ମୀ ଲୋକମାନଙ୍କ ସୁଖ ଦୁଖରେ ସାମିଲ ହୋଇ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସଂଗଠନକୁ ଗୁରୁତ୍ବ ଦେବା ପାଇଁ କହିଥିଲେ ।ମୟୂରଭଞ୍ଜର ସାମଗ୍ରିକ ବିକାଶ ପାଇଁ ବିଜେଡି ସବୁବେଳେ ତତ୍ପର ।ତେଣୁ କର୍ମୀମାନେ ଏକଜୁଟ ହୋଇ କାମକର ବୋଲି କହିଥିଲେ ।ପରେ ବିଜେଡିରେ କିଛି ସରପଞ୍ଚ, ସମିତି ସଭ୍ୟ,ବିଭିନ୍ନ ଦଳରୁ ୨୦୦ରୁ ଉର୍ଦ୍ଧ୍ବ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ