ବିଜେଡିରେ ମିଶିଲେ ଅନ୍ୟଦଳ କର୍ମୀ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଠାରୁ କର୍ମୀଙ୍କ ଯାଏଁ ଏବେ ଦଳବଦଳ କାର୍ଯ୍ୟରେ ଲାଗି ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ବିଜେଡି ସହିତ ଅନ୍ୟ ଦଳର କର୍ମୀ ମିଶିଥିବା ନେଇ ସୂଚନା ଦିଆଯାଇଛି। ଦଳୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସମ୍ପାଦକ ଇଂ ପ୍ରୟାସ କାନ୍ତି ସାମଲଙ୍କ ଉପସ୍ଥିତିରେ ମାଳଦା ପଂଚାୟତର ବିଭିନ୍ନ ଦଳରୁ ଆସିଥିବା ଅନେକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି। ଶ୍ରୀ ସାମଲ ନୂତନ କର୍ମୀ ମାନଙ୍କୁ ପୁଷ୍ପମାଳ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡିକୁ ସହଯୋଗ ଦେଇ ରାଜ୍ୟ ପ୍ରଗତିରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ପ୍ରତ୍ୟୁଷ ସାମଲ, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


