ବିଜେଡିରେ ମିଶିଲେ, ମଥୁରା ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ବିଜେପି ଓ ଅନ୍ୟ ଦଳର ୫୦ ରୁ ଉର୍ଦ୍ଧ୍ବ ପରିବାର ନଭେମ୍ବର ୧୨ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। ଗତ ପଞ୍ଚାୟତ ନିର୍ବାଚନରେ ମଥୁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଥିବା ପ୍ରଭାତ ସାମଲଙ୍କ ନେତୃତ୍ୱରେ ଅଶ୍ଵିନ କୁମାର ସାହୁ, ଦିଲ୍ଲୀପ କୁମାର ପାତ୍ର, ଫକୀର ନାହାକ, ବସନ୍ତ କୁମାର ନାହାକ, ପଞ୍ଚାନନ ସାହୁ, ଅରକ୍ଷିତ ପାତ୍ର ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ଓ ଅନ୍ୟାନ୍ୟ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକ ସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ଆକର୍ଷିତ ହୋଇ ବିଜୁ ଜନତା ଦଳରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ବିଜେଡିରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ,ମଥୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ନାୟକ, ପୋଲସରା ବ୍ଳକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବୁଗୁଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ବରୁଣ ସେନାପତି ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀଙ୍କ ସହ ଲୋକପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ