ବିଜେଡିରେ ମିଶିଲେ ୫୦ରୁ ଉର୍ଦ୍ଧ କର୍ମୀ

ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ ଓଡଙ୍ଗ ଗ୍ରାମ ପଞ୍ଚାୟତର ୫୦ରୁ ଉଦ୍ଧ୍ୱ କର୍ମୀ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡିର ବ୍ଲକ ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲାପରିଷଦ ସଭ୍ୟା ରେବତୀ ନାୟକ, ସମାଜସେବୀ ଭୀମସେନ ସାମଲ, ଯୁଧିଷ୍ଠିର ପଣ୍ଡା, ନାରାୟଣ ଦାସ, ସମିତି ସଭ୍ୟା ସୁଲୋଚନା ଜେନା, ସେବା ସମବାୟ ସମିତି ସଭାପତି ଶଶୀକାନ୍ତ ଜେନାଙ୍କ ଉପସ୍ଥିତରେ କର୍ମୀ ମାନେ ଦଳରେ ମିଶି ଥିଲେ । ସମସ୍ତଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ପ୍ରାକ୍ତନ ସରପଞ୍ଚ ଦୀପାଞ୍ଜଳୀ ରାଉତ ଓ ରମାକାନ୍ତ ରାଉତଙ୍କ ନେତୃତ୍ୱରେ ଦୀଲିପ ପୁହାଣ, ପ୍ରଦୀପ ରାଉତ, କାହ୍ନ ଚରଣ ଜେନା, ଅଶୋକ ନାୟକ, ଶ୍ୟାମ ସୁନ୍ଦର ଦାସ, ଭାଗିରଥି ପଢ଼ିଆରୀ, ନିରଞ୍ଜନ ବିଶ୍ୱାଳ, ଚର୍ତୁଭୁଜ ନାୟକ, ରାମଚନ୍ଦ୍ର ରାଉତ, ୱାର୍ଡ ସଭ୍ୟା କାଞ୍ଚନ ସେଠୀ, ଉପେନ୍ଦ୍ର ଜେନାଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ