ବିଜେଡିରେ ମିଶିଲେ ୫୦ରୁ ଉର୍ଦ୍ଧ କର୍ମୀ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସମଣା ପଞ୍ଚାୟତ କୋଦମ୍ବଡିହୀ ଠାରେ ଅନୁଷ୍ଠିତ ଏକ ମିଶ୍ରଣପର୍ବରେ ୫୦ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ଭାଗିରଥି ସେଠୀଙ୍କ ପରାମର୍ଶ କ୍ରମେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ୩୭ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳଙ୍କ ଉପସ୍ଥିତିରେ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୫୦ରୁ ଉର୍ଦ୍ଧ ବିଜେପି ସ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ମିଶ୍ରଣପର୍ବରେ ପୁର୍ବତନ ଶିକ୍ଷାବିତ ତଥା କଂଗ୍ରେସ ନେତା ପୁର୍ଣ୍ଣଚନ୍ଦ୍ର ନାୟକ, ମୁରଲୀଧର ସା, ସନ୍ତୋଷ କୁମାର ନାୟକ, ସୁଧାଶୁଂ ନାୟକ, ଅଜୟ କୁମାର ସା, ହିମାଶୁଂ ନାୟକ, ଉତ୍ତମ କୁମାର ସାହୁ, ଶ୍ୟାମସୁନ୍ଦର କାଣ୍ଡି, ଶୁକଦେବ ଖୁଣ୍ଟିଆ, ରମେଶ ଚନ୍ଦ୍ର ଜେନା, ସୁଧିର ଖଟୁଆ, ଲକ୍ଷ୍ମୀଧର ଜେନା, ଉଦ୍ଧବ ଜେନା, ରଙ୍ଗାଧର ଦାସ, ବିଜିତ୍ର ଜେନା, ଧନେଶ୍ୱର ସାହୁଙ୍କ ସମେତ ବହୁକର୍ମୀ ବିଜେଡିରେ ସାମିଲ ହୋଇଥିଲେ । ସେମାନେ ନବୀନବାବୁଙ୍କ ନୀତିଆଦର୍ଶକୁ ପାଥେୟ କରି ତଥା ସ୍ଥାନୀୟ ନେତୃବୃନ୍ଦଙ୍କ ଭରଷାରେ ଅଞ୍ଚଳର ବିକାଶ ପାଇଁ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ । ବିଜେଡି ନେତୃବୃନ୍ଦଙ୍କ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ଓ ଫୁଷ୍ପଗୁଚ୍ଛ ଦିଆଯାଇ ଦଳକୁ ସ୍ୱାଗତ କରିଥିଲେ । ଆଗାମି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା ଓ ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ନିବେଦନ କରିଥିଲେ । ଏଥିରେ ଅରୁଣ କୁମାର ସା, ଅଜୟ ସାହା, ତାପସ କୁମାର ପଣ୍ଡା, ବିଶ୍ୱନାଥ ପ୍ରତାପ ଜେନା, ଧୁଶାସନ ବେହେରା, ରାମଚନ୍ଦ୍ର ନନ୍ଦ, ସୁବାସ ଚନ୍ଦ୍ର ସାହା, ରଘୁନାଥ ଜେନା, ବାମଦେବ ନାୟକ, ଶରତ ଜେନା, ରମେଶ ଚନ୍ଦ୍ର ଜେନା, ଭାଷ୍କର ସା, ରାଜକିଶୋର ଜେନା, ଗୌରାଙ୍ଗ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ ।