ବିଜେଡିରେ ଯୋଗଦେଲେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ପଂଚାୟତ ନିର୍ବାଚନ ପୂର୍ବରୁ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେଏମଏମର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ଅନ୍ୟ ନେତା ଓ କର୍ମୀ ବି ସାମିଲ ହୋଇଛନ୍ତି । ବିଜେଡି କାର୍ଯ୍ୟାଳୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି ।୨୦୦୯ ଓ ୨୦୧୪ ରେ ଜଶିପୁରରୁ ଜେଏମଏମର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମହେଶ ହେମ୍ବ୍ରମ । ୨୦୧୯ରେ ସେ ସାରସକଣାରୁ ପ୍ରତିଦ୍ୱନ୍ଦିତା କରିଥିଲେ । ରାମଚନ୍ଦ୍ର ମୁର୍ମୁ ୨୦୧୯ରେ ଜେଏମଏମ୍ ଟିକଟରେ ରାଇରଙ୍ଗପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ଦୁଇ ଜଣଙ୍କ ବ୍ୟତୀତ ସଧାରଣ ସମ୍ପାଦକ ଗୋବିନ୍ଦ ସୋରେନ ଓ କୁସୁମୀ ବ୍ଲକର ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବି ବିଜେଡିରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ