ବିଜେଡିରେ ଯୋଗଦେଲେ ପାରଳା ଭାଜପା ନଗର ସଭାପତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନଗର ବିଜେପି ସଭାପତି ଜମିଦାର ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିବାର ଜଣାପଡିଛି ଏଥିସହ ବହୁ ବିଜେପି କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଏକ ସ୍ୱତନ୍ତ୍ର ସମାବେଶରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ପଟ୍ଟନାୟକ ଏବଂ ତାଙ୍କ ସମର୍ଥକ ମାନେ ବିଜେଡିରେ ଯୋଗ ଦେଇଥିଲେ । ପଟ୍ଟନାୟକଙ୍କ ବିଜେଡିରେ ଯୋଗଦାନ ପରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ବୋଲି ସାଂସଦ ସାହୁ କହିଛନ୍ତି । ପଟ୍ଟନାୟକ ବହୁ ବର୍ଷ ଧରି ପୂର୍ବରୁ ବିଜେଡି ଦଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ । ସେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାରେ ଯୋଗଦେଇଥିଲେ । ବିଜେଡିକୁ ପୁଣି ଫେରିବା ପରେ ପଟ୍ଟନାୟକ କହିଛନ୍ତି ଯେ, ଦଳ ପରିବର୍ତ୍ତନ କରିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସଦାସର୍ବଦା ଅନୁପ୍ରାଣିତ ହୋଇ ଆସୁଥିଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୁଳକ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରି ଲୋକଙ୍କ ସେବା ପାଇଁ ମୋର ପୁରୁଣା ଘରକୁ ଫେରି ଆସିଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ