ବିଜେଡିରେ ଯୋଗଦେଲେ ବରିଷ୍ଠ ଆଇନଜିବୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ସ୍ଥିତ ରିକାପଲ୍ଲୀ ବିନୋଦ ବିହାର ଠାରେ ରବିବାର ସନ୍ଧ୍ୟାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସହରର ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ପ୍ରମୁଖ ଆଇନଜୀବୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବିଜେଡି ଦଳରେ ଯୋଗଦେବା ପରେ  ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ପୂର୍ବତନ ବାଚସ୍ପତିଙ୍କ ନିଜର ରାଜନୈତିକ ଗୁରୁ ଏବଂ ଛତ୍ରପୁର ବିଧାୟକଙ୍କୁ ମୋର ବନ୍ଧୁ ହୋଇଥିବାରୁ ଆହୁରୀ ଏଦଳ ପ୍ରତି ଉତ୍ସାହିତ ହୋଇଥିଲେ ବୋଲି ତାଙ୍କରି ପ୍ରତିକ୍ରିୟାରେ କହିଛନ୍ତି । ପ୍ରକାଶ ଥାଉକି ଯେ, ୨୦୦୦ ମସିହା ଠାରୁ ୨୦୦୪ ପର୍ଯ୍ୟନ୍ତ ଛତ୍ରପୁର ନିର୍ବଚନମଣ୍ଡଳୀରରେ ବିଜେପି ଦଳ ପକ୍ଷରୁ ଏକ ସକ୍ରିୟ ଭୂମିକା ତୁଲାଇ ଆସୁଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ପୋଡାପଦର ଗ୍ରାମର ବି.ସୂର୍ଯ୍ୟ ନାରାୟଣ ଆଚାରୀ, ଡି.ସିମାଦ୍ରୀ, ବି.କୋର୍ଲେୟା, ବି.ସିମାଞ୍ଚଳ ଏବଂ ବି.ଶିବାରମ ପ୍ରମୁଖ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ପୂର୍ବତନ ସାଂସଦ ପ୍ରତିନିଧି ମାର୍କଣ୍ଡ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ