ବିଜେଡିରେ ଯୋଗ ଦେଲେ ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଗ୍ରାମ ଠାରେ ଆଜି ଜିଲ୍ଲା ବିଜେଡି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ଶାସନାମୁ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଲଡା, କଣ୍ଟ୍ରାଗଡ ଓ ବାଘଶଳା ପଞ୍ଚାୟତର ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀମାନେ ଦଳ ତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ । ଏମାନେ ବିଜେଡିରେ ଯୋଗ ଦେବା ପରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ଜିଲ୍ଲା ବିଜେଡି ନେତ୍ରୀ ଶାନ୍ତିଲତା ଜେନା ଏବଂ ବରିଷ୍ଠ ସଦସ୍ୟମାନେ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା କର୍ମୀମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଜିଲ୍ଲା ବିଜେଡିର ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଭାଜପା ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଲୁ ।


