ବିଜେଡିର କୋରୁଅ ପଂଚାୟତରେ କର୍ମୀ ସମ୍ମିଳନୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ କୋରୁଅ ପଂଚାୟତସ୍ଥିତ ଗାରୋଇ ଆଶ୍ରମ ସମ୍ମୁଖରେ ବିଜେଡି ଦଳ ପକ୍ଷରୁ କର୍ମୀ ସମ୍ମଳନୀ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ କୋରୁଅ ପଂଚାୟତ ସରପଂଚ ଅରଣ୍ୟ କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯାଇ ଏକ ବାଇକ ଶୋଭାଯାତ୍ରାରେ ପଂଚାୟତ କାର୍ଯ୍ୟାଳୟ ନିକଟରୁ ବାହାରି ଗାରୋଇ ଆଶ୍ରମ ନିକଟରେ ପହଁଚିଥିଲେ ।ଏହାପରେ ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଦୁଲି ଯୋଗ ଦେଇ ଦଳର ସୁପ୍ରିମୋ ନବିନ ପଟ୍ଟନାୟକ ତାଙ୍କର ପ୍ରତିନିଧି ଭାବେ ଆପଣ ନିକଟକୁ ମୋତେ ପଠାଇଛନ୍ତି । ଆପଣମାନେ ନିଜ ନିଜ ଭିତରେ ରହିଥିବା ମାନ ଅଭିମାନକୁ ଭୁଲି ନବିନୀ ପଟ୍ଟନାୟକଙ୍କ ଦଳିୟ ଚିହ୍ନ ଶଙ୍ଖକୁ ବିପୁଳ ସଂଖ୍ୟା ଭୋଟ ଦେଇ ଜୟଯୁକ୍ତ କରିବାକୁ କହିଥିଲେ । ତାଙ୍କ ସହିତ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜିଲ୍ଲା କୃଷକ ସଭାପତି ପ୍ରକାଶ ବସ୍ତିଆ,ଯୁବ ସଭାପତି ପ୍ରତ୍ୟୁଷ ପରିଡା,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,କୋରୁଅ ସରପଂଚ ଅରଣ୍ୟ ନାୟକ,ଯୁବନେତା ଅଜୟ ମହାନ୍ତି,ପ୍ରଦିପ୍ତ ସ୍ୱାଇଁ,ଗଜରାଜପୁର ସେବା ସମବାୟ ସମିତି ସଭାପତି ବସନ୍ତ ପାଢୀ,ବ୍ଲକ ସଭାନେତ୍ରୀ ରିତା ମହାନ୍ତି,ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଭୁଚରଣ ଦାସ,ନଟବର ପ୍ରଧାନ,ମିହିର ସ୍ୱାଇଁ,ବିଦୁର ନାୟକ,ସମିତି ସଭ୍ୟା ବନ୍ଦନା ପୂଜାରୀ,ତିରୁଣା ସମିତି ସଭ୍ୟା ଝୁମୁରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀକୁ ବିଜୟୀ କରିବାକୁ ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଉକ୍ତ ପଂଚାୟତର ୩ଜଣ କଂଗ୍ରେସ କର୍ମୀ ମାଗୁଣୀ ବେହେରା,ଶ୍ରୀଚନ୍ଦନ ପାଳ,କ୍ଷୀର ଭୋଇ ପ୍ରମୂଖ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ସମ୍ମିଳନୀରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ