ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାନଙ୍କନ ପତ୍ର ଦାଖଲ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିଜୁ ଜନତା ଦଳ ତରଫରୁ ନିର୍ମଳା ସେଠୀଙ୍କୁ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ଘୋଷଣା କରାଯାଇଛି । ପାରଳାଖେମୁଣ୍ଡି ରାମନଗରସ୍ଥ ବିଜୁ ଜନତା ଦଳ ନିର୍ବାଚନୀ କାର୍ଯ୍ୟାଳୟ ଠାରୁ ଶ୍ରୀମତୀ ସେଠୀ ଶହ ଶହ ବିଜେଡି କର୍ମୀ ଓ ନେତାଙ୍କ ମିଳିତ ଶୋଭାଯାତ୍ରାରେ ବାହାରି ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୌର ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କୁ ନିର୍ମଳା ସେଠୀ ବିଜୁ ଜନତା ଦଳ ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାନଙ୍କ ପ୍ରତ୍ର ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ, ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ମାରୁତ ପାଳ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍. ଲିଙ୍ଗରାଜ ପ୍ରମୁଖଙ୍କ ସହ ନବ ନିର୍ବାଚିତ ବିଜେଡିର ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଏବଂ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ବହୁ କର୍ମୀ ଓ ନେତା ଭାଗନେଇଥିଲେ ।