ବିଜେଡିର ଜନସମ୍ପର୍କ ପଦଯାତ୍ରା
ବାଲେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ବୁଧବାର ଅରମ୍ଭ ହୋଇଯାଇଛି । ସହୀଦ ପାର୍କ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇ ଫାଣ୍ଡିଛକ ବିଜୁପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ସମାପ୍ତ ହୋଇଥିଲା । ଉକ୍ତ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗ୍ରାମାଞ୍ଚଳର ବିକାଶ ଓ ମହିଳା ଶସକ୍ତିକରମ କରାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇ ବିକାଶର ବାର୍ତ୍ତା ଦେବା ସହ ନୂତନ ଓଡିଶା ଗଠନ କରିବାକୁ ସଂକଳ୍ପ ନେବା । ବିଜେଡିର ସଦସ୍ୟତା ଅଭିଯାନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା , ଛାତ୍ର ଓ ଯୁବକଙ୍କୁ ଦଳରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ରେମୁଣା ବିଧାୟକ ସୁଧାଂସୁ ଶେଖର ପରିଡା,ବିଜେଡି ରାଜ୍ୟ ସମ୍ପାଦକ ଶ୍ୟାମାପ୍ରସାଦ ବେହେରା , ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଦଯାତ୍ରା ସଫଳ କରାଇଥିଲେ ।