ବିଜେଡିର ଜନସମ୍ପର୍କ ପଦଯାତ୍ର

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସି ରୁ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ। ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଛନ୍ତି ବିଧାୟକ ଶ୍ରୀ ବେହେରା ।ପ୍ରାୟ ହଜାରରୁ ଅଧିକ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ପୋଲିସ ପଡିଆ ନିକଟରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ରେ ଥିବା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ବେହେରା , ରାଜ୍ୟ କୃଷି ଓ କୃଷକ ସଶସ୍ତିକରଣ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ଏନଏସି ଅଧ୍ୟକ୍ଷା ଜୀ. ଆରତୀ. ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜୀ ପାପା ରାଓ ଙ୍କ ବହୁ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପଦଯାତ୍ରା ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ରୁ ବାହାରି ରିକପଲ୍ଲୀ ଓ ମେଇନ ରୋଡ଼ ଦେଇ ଚଣ୍ଡୀ ଛକ ଠାରେ ଶେଷ ହୋଇଥିଲା।ଏହି ଅବସରରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜୀ. ପାପା ରାଓ ନେତୃତ୍ୱ ପୂର୍ବତନ ଏନଏସି ଅଧ୍ୟକ୍ଷା ଜୀ. ଆରତୀ, ସମସ୍ତ ଦଳୀୟ କାଉସିଲର ଏବଂ ଶତାଧିକ ଏନଏସି ର ଦଳୀୟ ଓ ନେତା କର୍ମୀ ମାନେ ଏକ ଶୋଭାଯାତ୍ର ରେ ସେଠାରେ ପହଁଚିଥିଲେ, 11ନଂୱାର୍ଡ ବିଜେପି ପରାଜିତ କାଉନସିଲର ପ୍ରାର୍ଥୀ ସୁରଜ କୁମାର ସେଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ର ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ର ଯୋଗ ଦେଇଥିଲେ, ତାଙ୍କୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାପୁଷ୍ପଗୁଚ୍ଛ ଦେଇ ଦଳୀୟ ଉତ୍ତରରୀୟ ପକାଇ ସ୍ୱାଗତ ଜଣାଇଥିଲେ, ଏହି ପଦଯାତ୍ରା ଛତ୍ରପୁର ସହର ବୁଲି ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଏହା ସହିତ ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇଛନ୍ତି । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଇଥିଲେ । ଏଥିରେ ଛତ୍ରପୁର ବିଧାୟକ ଙ୍କ ସହ ରାଜ୍ୟ କୃଷି ଓ କୃଷକ ସଶକ୍ତି ବିଭାଗ ର ଉପଦେଷ୍ଠା ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା ଓ ସୁରଥ ପ୍ରଧାନ,ପୂର୍ବତନ ଛତ୍ରପୁର ଏନଏସି ଅଧ୍ୟକ୍ଷା ଜି. ଆରତୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି ଚନ୍ଦ୍ର ଶେଖର ରାଓ, ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୂର୍ବତନ ସରପଞ୍ଚ ପିତାମ୍ବର ପଣ୍ଡା,ବିଜୁ ଆଇନ ସମ୍ମୁଖ୍ୟ ର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପାଳ ରାଓ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଛବିତା ବେହେରା, ରଶ୍ମିତା ନାହାକ, ସନାତନ ବେହେରା,କାଉନସିଲର ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ,ଏମ ୱାଣୀ ସେନାପତି, ବି ନିଶ୍ଚଳା, ଡି ଇନ୍ଦୁ, ପୂର୍ବତନ ଏନଏସ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡ଼ିର ନେତୃବୃନ୍ଦ, କର୍ମୀ, ଛାତ୍ରନେତା ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଵଛ ଓ ନିର୍ମଳ ଶାସନର ବାର୍ତ୍ତା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ