ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ୬୦ ୟୁନିଟ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରୋଟାରୀ ହଲ ପରିସରରେ ଜିଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୫ଦିନି ବ୍ୟାପୀ ଜୟନ୍ତୀ ପାଳନ ଅବସରରେ ଗତକୀଲି ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅପରାହ୍ନରେ ସମାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ କହିଥିଲେ,ରକ୍ତଦାନ ଏକ ମହତ ଦାନ । ଆପଦକାଳୀନ ଜରୁରୀ ଚିକିତ୍ସା ବେଳେ ରୋଗୀଙ୍କୁ ରକ୍ତ ଦେଇ ଜୀବନକୁ ବଞ୍ଚାଇବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଅଟେ । ତେଣୁ ଏହି ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୬୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହାକୁ ଜିଲା ରେଡକ୍ରସର ଅଧିକାରୀ ଓ କର୍ମଚାରୀମାନେ ସୂଚାରୁ ଭାବେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ପ୍ରଦୀପ କୁମାର ନାୟକ, ରାଜକୁମାରୀ କଲ୍ୟାଣୀଦେବୀ, ନଗରସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ରାଜେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଜିଲାସ୍ତରୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ