ବିଜେଡିର ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୋଷାଣୀ ଗ୍ରାମ ଠାରେ ନିର୍ବାଚନ କାର୍ଯ୍ୟାଳୟ ବିଜେଡି ପକ୍ଷରୁ ଉଦ୍‌ଘାଟିତ ହୋଇଯାଇଛି । ଏହି ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟନ ସମୟରେ ବହୁ ବରିଷ୍ଠ ନେତା ଯଥା,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଡଃ.ତିରୁପତି ପାଣିଗ୍ରାହୀ,ଉପ ସଭାପତି ଏଲ.କେ.ପରିଚ୍ଛା,ବରିଷ୍ଠ ନେତା ବସନ୍ତ ଦାସ,ଜମାଦାର ପଟ୍ଟନାୟକ,ଇଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଗୋଷାଣୀ ବ୍ଲକର ସମସ୍ତ ପଞ୍ଚାୟତରୁ ବିଜେଡି କର୍ମୀ ଓ ନେତାମାନେ ଏଥିରେ ଯୋଗ ଦେଇଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ସଫଳତା ପାଇଁ ଏଥିରେ ମୁଖ୍ୟତଃ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ