ବିଜେଡିର ପଂଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ତହସିଲ ଡାକବଙ୍ଗଳା ଠାରେ ଦୁଇ ଗୋଟି ପଞ୍ଚାୟତ ର ବିଜେଡ଼ି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯୁବ ସଭାପତି ଲଳିତ କୁମାର ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ବିଧାୟକ ଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଯୋଗଦେଇ ଦକ୍ଷିଣବାଡ଼ ଓ ଝୁଟୁଣା ପଂଚାୟତର କର୍ମୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ସରକାର ଙ୍କ ପ୍ରଣୀତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଶ୍ରୀ ସାମଲ କର୍ମୀ ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ଏତଦବ୍ୟତୀତ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ବିରଞ୍ଚି ନାରାୟଣ ରାଉତ, ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା, ବିଜୟ ରାଉତ, ଲକ୍ଷ୍ମୀ କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ