ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା, (ଯୁଗାବ୍ବ ନ୍ୟୁଜ) : – କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତାଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ଉପେକ୍ଷା କରାଯାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସଭାପତିତ୍ୱରେ ବିଜୁ ଜନତାଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ଦଳର ସଦସ୍ୟତା ଅଭିଯାନକୁ ଆଗେଇନେବାକୁ ଆହ୍ୱାନ ଦେଇଥିଲେ । ଆଳି ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି ଓ ସଦସ୍ୟତା ଅଭିଯାନରେ ଲୋକମାନଙ୍କ ଆଧାରକାର୍ଡ ଓ ଭୋଟର କାର୍ଡର ସଂଯୋଗୀକରଣ ମାଧ୍ୟମରେ ଦଳୀୟ ସ୍ୱଛତା ରକ୍ଷା କରାଯିବା ବାବଦରେ ବକ୍ତବ୍ୟ ରଖିଥିଲେ । ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ହେଲେ ତୃଣମୁଳସ୍ତରରେ କର୍ମୀମାନେ ଏକାଠି ହୋଇ କାମକରିବାକୁ ପଡିବ ବୋଲି କହିଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଯୋଗଦେଇ ଦଳର କର୍ମୀମାନଙ୍କୁ ମିଳିମିଶି କାମକରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା କଂଗ୍ରେସରୁ ବିଜେଡିକୁ ଆସିଥିବା ହାତଗଣତି କେତେଜଣଙ୍କୁ ଗୁରୁତ୍ୱ ଦେଉଥିବାରୁ ଓ ସେହିମାନଙ୍କ କଥାରେ ଦଳରେ ଦୀର୍ଘଦିନଧରି ପଡିରହିଥିବା ବରିଷ୍ଠ କର୍ମକର୍ତ୍ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହୋଇଥିଲା । ମାତ୍ର ଦୁଇଶହ ଲୋକଙ୍କ ପାଇଁ ଖାଇବାକୁ ବରାଦ ହୋଇଥିବା ବେଳେ ହଜାରରୁ ଉଦ୍ଧ୍ୱର୍ କର୍ମୀ ଖାଇବାକୁ ନପାଇ ଘରକୁ ଫେରିଯାଇଥିଲେ । ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସମର୍ଥକ ତଥା ଦଳର ବରଷ୍ଠ କର୍ମକର୍ତ୍ତାମାନଙ୍କୁ ଫେରାଇଦିଆଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଏଠାରେ କାର୍ଯ୍ୟକାରି କରାଯାଇନଥିବାର ଦେଖାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଦଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମରାଯାଇଥିବା ଦଳୀୟ ପୋଷ୍ଟରରେ କିଶୋର ତରାଇଙ୍କ ଫଟୋକୁ ସେହିସବୁ ପୋଷ୍ଟରରୁ ଉଦେଶ୍ୟମୂଳକ ଭାବରେ ଗତରାତିରେ ଚିରିଦିଆଯାଇଥିବାର ଦେଖାଯାଇଛି । ଏଭଳି ପାତର ଅନ୍ତରରେ ଅତୀଷ୍ଟ ହୋଇ ଦଳର ପୁରୁଣା କର୍ମୀମାନେ ପ୍ରତିବାଦ କରିବାରୁ ଜିଲ୍ଲା ସଭାପତି ଶ୍ରୀ ତରାଇ ଧର୍ଯ୍ୟର ସହିତ ସେମାନଙ୍କୁ ବିଶୃଙ୍ଖଳା ସୃଷ୍ଟି ନକରିବାକୁ ପରାମର୍ଶ ଦେଇଥିବାର ଦେଖାଯାଇଥିଲା । ଦଳୀୟ ପର୍ଯ୍ୟବେକ୍ଷୀକା ପ୍ରମିଳା ମଲ୍ଲିକ ମଧ୍ୟ ଏ ସମ୍ପର୍କରେ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ତରାଇଙ୍କ ଧର୍ଯ୍ୟକୁ ମାନିବାକୁ ପଡିବ ଏତେସବୁ ପରେବି ସେ କାର୍ଯ୍ୟକାରିଣୀ ବୈଠକରେ କୈାଣସି ବିଶୃଙ୍ଖଳା ସୃଷ୍ଟି ହେବାକୁ ଦେଇନଥିଲେ । ବରଂ ଦଳର ବରିଷ୍ଠ କର୍ମୀମାନଙ୍କୁ ବୁଝାଶୁଝା କରି ସେଥିରୁ କ୍ଷାନ୍ତ କରାଇନେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, କୃତିବାସ ପାତ୍ର, ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ମହିଳା ସଭାମେତ୍ରୀ ସ୍ନେହପ୍ରଭା ତ୍ରୀପାଠୀ, ରାଜ୍ୟ ବିଜେଡି ଲିଗାଲଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ସଦସ୍ୟ ଭୀମ଼ସେନ ଭୂୟାଁ, ଗଗନ ବିହାରୀ ଜେନା, ନିରଞ୍ଜନ ବଳ, ସବିତା ସାହୁ, ଦେବଦାସ ମହାନ୍ତି, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ପ୍ରଦୀପ୍ତ ମହାନ୍ତି,ଶକ୍ତିକାନ୍ତ ପାତ୍ର,ବିଜୟ ପତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ, ରଞ୍ଜିତ ସାହୁ,ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ ପ୍ରମୁଖ ବକ୍ତବ୍ୟ ରଖି ସଭ୍ୟସଂଗ୍ରହ ଅଭିଯାନରେ ଯୁବ ଭୋଟରମାନଙ୍କୁ ଅଧିକରୁ ଅଧିକ ସାମିଲକରିବା ପାଇଁ ବକ୍ତବ୍ୟ ରଖିଥିଲେ । ଶେଷରେ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ