ବିଜେଡିର ପ୍ରଚାର ଜମୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିର ପ୍ରଚାର ବି ସେମିତିକି ଜମୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳର ଷ୍ଟାର ପ୍ରଚାରକ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ନେତା ସ୍ଥାନୀୟନେତା ମାନେ ଦୈନନ୍ଦିନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ । ଜିଲ୍ଲାରେ ଥିବା ମୋଟ ୧୪ଗୋଟି ଜିଲ୍ଲାପରିଷ ସଭ୍ୟ ସଭ୍ୟା ପାଇଁ ପ୍ରାର୍ଥି/ପ୍ରାର୍ଥିନୀ ମାନେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଏମାନଙ୍କୁ ଜିତାଇବା ନିମନ୍ତେ ବିଜେଡି ଦଳ ଦିନ ରାତି ଏକ କରି ଗାଁକୁ ଗାଁ ଓ ଡୋର୍ ଟୁ ଡୋର ବୁଲି ପ୍ରଚାର ଚଲାଇଛି । ଏହି କ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖଙ୍କ ସମେତ ବହୁ ନେତା ମୋହନା ବ୍ଲକ ଜୋନ୍ ନଂ.୧୦-ଚନ୍ଦ୍ରଗିରି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ । ଶ୍ରୀ ସାହୁ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଢେପାଗୁଡା ଗ୍ରାମ ଠାରେ ପହଞ୍ଚିଥିଲେ । ଏମାନଙ୍କୁ ସେଠାକାର ଦଳୀୟ କର୍ମୀ ଓ ଗ୍ରାମବାସୀ ଭବ୍ୟ ସ୍ୱାଗତ ଜଣାଇବା ସହ କାର୍ଯ୍ୟକର୍ତ୍ତା ସଭାସ୍ଥଳକୁ ପାଛୋଟି ନେଇଥିଲେ । ଏହି ସଭାରେ ସାଂସଦ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ବିଭିନ୍ନ ସଫଳ ଯୋଜନା ଆଦି ସମ୍ପର୍କରେ କହିଥିବାବେଳେ ତୃଣମୁଳ ନିର୍ବାଚନସ୍ତରରେ ବିଜେଡିକୁ ଆହୁରି ମଜବୁତ କରିବାପାଇଁ ନିବେଦନ କରିଥିଲେ । ଏହା ସହ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକର୍ତ୍ତା ସଭାରେ ଢେପାଗୁଡା ଗ୍ରାମାଞ୍ଚଳର ଶତାଧିକ ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିବାର ଜଣାପଡିଛି । ସେହିପରି କାଶୀନଗର ବ୍ଲକ ଖାରଡା ଗ୍ରାମ ଠାରେ ଜିଲ୍ଲାପରିଷଦ ପ୍ରାର୍ଥି ଜି.ତିରୁପତିରାଓ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ସମ୍ପାଦକ ମାରୁତ କୁମାର ପାଳ ଯୋଗ ଦେଇଥିବା ବେଳେ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାରଡା ସରପଞ୍ଚ ପ୍ରାର୍ଥି ଅଖିଳ କୁମାର ପାତ୍ର, ସମିତିସଭ୍ୟା ପ୍ରାର୍ଥିନୀ ସି.ଏଚ୍‌. କଲ୍ୟାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ