ବିଜେଡିର ପ୍ରସ୍ତୁତି ଓ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ହାଇଟେକ ଆପାର୍ଟମେଣ୍ଟ ପରିସରରେ ବିଜେଡି ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଅଧ୍ୟକ୍ଷତା କରିଥିବା ବେଳେ ପର୍ଯ୍ୟବେକ୍ଷକ ଅତନୁସବ୍ୟସାଚୀ ନାୟକ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ ପ୍ରମୁଖ ଉପସ୍ଥିତଥିଲେ । ଏହି ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ମୁଖ୍ୟତଃ କାଶୀନଗର, ଗୋଷାଣୀ ଓ ଗୁମ୍ମା ବ୍ଲକର ଜିଲ୍ଲାପରିଷଦ ପ୍ରାର୍ଥୀମାନେ ଯୋଗଦେଇ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବିଚାର ବିମର୍ସ କରି ଆଲୋଚନା କରିଥିଲେ । ଏହା ସହ ଦଳକୁ କିପରି ବିପୁଳ ପରିମାଣରେ ଜନ ସମର୍ଥନ ମିଳିବ ସେନେଇ ସମୀକ୍ଷା କରାଯାଇଥିଲା ।