ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା

ବାରିପଦା,(ମୁରାରୀ ମୋହନ ମହାପାତ୍ର):ନିର୍ବାଚନ ପରେ ପ୍ରଥମ କରି ସରସକଣା ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳିର ସଭାପତିଙ୍କ ନେତୃତ୍ୱରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ଅନୁଷ୍ଠିତ ଏଇ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସାମିଲ ହୋଇଥିଲେ। ସକାଳ ଦଶ ଘଟିକା ରେ ପ୍ରଭୁ ଲୋକନାଥଙ୍କ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇ ବିଜୁ ଭବନ ଠାରେ ଶେଷ ହାଇଥିଲା। ଜନସେବା ଓ ସମର୍ପଣ ମନୋଭାବକୁ ଗୁରୁତ୍ୱ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବିଜେଡି ନେତା ମାନେ ବକ୍ତବ୍ୟ ରଖି ବିଜେପି ର ମିଛ ପ୍ରତିଶୃତିର ପୋଲୋ ଖୋଲି ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଁଞ୍ଚିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏବେବି ଓଡିଶା ବାସୀଙ୍କ ହୃଦୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରହିଛନ୍ତି। ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣ ଜାଣିସାରିଲେଣି। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ମୁତାବକ ସମସ୍ତଙ୍କୁ ତିନି ହଜାର ଟଙ୍କା ଭତ୍ତା ପ୍ରଦାନ, ତିନିଶହ ୟୁନିଟ ମାଗଣା ବିଜୁଳି ପ୍ରଦାନ, ସୁଭଦ୍ରା ଯୋଜନା ପରି ହୀନ ଯୋଜନା କରିଛନ୍ତି ବୋଲି ବରିଷ୍ଠ ନେତା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିସଧର ପୂର୍ବତନ ଅଧୋକ୍ଷ ଡ଼କ୍ଟର ଦେବାଶିଷ ମାର୍ଣ୍ଡି, ଓଡିଶା କୃଷି ଶିଳ୍ପ ନିଗମର ପୂର୍ବତନ ଅଧକ୍ଷ ଦେବାଶିଷ ମହାନ୍ତିଙ୍କ ସହିତ ଅନେକ ବିଜୁ ପ୍ରେମୀ ଏହି ଶୋଭାରେ ଭାଗ ସାମିଲ ହେଇଥିଲେ। ତେବେ ବିଜେଡିର ପଦଯାତ୍ରା ମାଧ୍ୟମରେ ନିଜର ଦମ ଦେଖାଇଥିବାରୁ ବିଜେଡି ଆଗାମୀ ଦିନ ପାଇଁ କିଛି ସୁଚିନ୍ତିତ ଯୋଜନା କରୁଥିବାର ବୁଦ୍ଧିଜୀବୀ ତଥା ରାଜନୈତିକ ସମୀକ୍ଷକ ମୋହଲରେ ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ