ବିଜେଡିର ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ ବାଲେଶ୍ୱର ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଏବଂ ନୀଳଗିରି ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଅହରହ ଚିନ୍ତା କରୁଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକାଠି ହୋଇ କାମ କରିବାକୁ ଶ୍ରୀମତୀ ଜେନା ନବାଗତ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଥିଲେ । ଏହି ମିଶ୍ରଣ ଆଗାମୀ ଦିନରେ ପଞ୍ଚାୟତର ଦଳୀୟ ସଂଗଠନକୁ ସୁଦୃଢ କରିବ ବୋଲି କହିଥିଲେ ଶ୍ରୀ ଖଟୁଆ । ନୀଳଗିରି ନିର୍ବାଚନମଣ୍ଡଳୀ ବାହାନଗା ବ୍ଲକ ଚକଜଗନ୍ନାଥପୁର ପଞ୍ଚାୟତର ସମିତି ସଭ୍ୟ ବଳରାମ ଜେନା ଏବଂ ୱାର୍ଡ ସଭ୍ୟ ଦିବାକର ମହାଳିକଙ୍କ ସମେତ ସେମାନଙ୍କ ସହଯୋଗୀ ଓ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସମହାପାତ୍ର, ଚକଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଜ୍ୟୋତିଶଙ୍କର ଭୋଳ, ପୂର୍ବତନ ସରପଞ୍ଚ ନିରଞ୍ଜନ ମହାଳିକ, ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ଜେନା, ବରିଷ୍ଠ ନେତା ନରେନ୍ଦ୍ର ଦାସ, ମହେନ୍ଦ୍ର ଜେନା, ନିରଞ୍ଜନ ମଣ୍ଡଳ, ଲକ୍ଷ୍ମୀଧର ପେରେଇ, ବ୍ରଜମୋହନ ପାଢୀ, ପର୍ଶୁରାମ ରାଉତ, ଜଗବନ୍ଧୁ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।