ବିଜେଡିର ସାଂଗଠନିକ ବୈଠକ ଓ ମାସ୍କ ବଣ୍ଟନ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ଝୁଟୁଣା, ବନ୍ଦାଳୋ-ମଢିଆଳୀ ଓ ଜଳମଣ୍ଡୁଆ ପଞ୍ଚାୟତର ନେତୃତ୍ୱଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂପ୍ରୟାସକାନ୍ତି ସାମଲ ଯୋଗଦେଇ ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବାବେଳେ ସାଂଗଠନିକ ସ୍ଥିତି ବାବଦରେ ମଧ୍ୟ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଧାୟକଙ୍କ ହାତପାଣ୍ଠିରୁ ସରସଦା ବିଦ୍ୟାଳୟ ଠାରେ ମାସ୍କ ବଣ୍ଟନ ହୋଇଥିଲା । ଏଥିରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ଓ ସାନିଟାଇଜର ବିତରଣ କରିଥିଲେ । ଏହାଛଡା ବିଦ୍ୟାଳୟର ୫ଟି ଅଧିନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତର କାର୍ଯ୍ୟକୁ ଶ୍ରୀ ସାମଲ ବୁଲି ଦେଖିଥିଲେ । ଏଥିରେ ଯୁବନେତା ପ୍ରିତିଶ ରଞ୍ଜନ ନାୟକ, ରତ୍ନାକର ଦାସ, ପ୍ରଧାନଶିକ୍ଷକ ଗଦାଧର ଜେନା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।