ବିଜେଡିର ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଜାରି
ଅନୁଗୋଳ, – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୁଧବାର ଦିନ ୨୬ ଜୋନର କୁମଣ୍ଡ ଗ୍ରାମପଞ୍ଚାୟତ ଠାରେ ‘ହକ ମାଗୁଛି ଓଡ଼ିଶା’ ସଭା ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳି ଯୁବ ବିଜେଡି ସଭାପତି ସତ୍ୟବ୍ରତ ଦେହୁରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅନୁଗୋଳ ଜିଲ୍ଲା ବିଜେଡି ଯୁବ ସଭାପତି ଦୀନେଶ କୁମାର ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସମ୍ଫାଦକ ସୁଧିର ନାୟକ ଓ ଜୋନ ୨୬ ବିଜୁ ଯୁବ ଓ ଛାତ୍ର କର୍ମକତ୍ରା ପ୍ରମୁଖ ଉପସ୍ଥିତ ଥିଲେ।


