ବିଜେଡିର ୬୦ ନଂ ଜୋନରେ ପଥପ୍ରାନ୍ତ ସଭା ଜନସମ୍ପର୍କ ପଦଯାତ୍ରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଆଜି ସାନଖେମୁଣ୍ଡି ବିଜେଡି ପକ୍ଷରୁ ୬୦ ନଂ ଜୋନରେ ପରିକ୍ରମା କରାଯାଇଛି। ଏସ ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ବିଜେଡି କର୍ମକର୍ତ୍ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ , ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚକ ପାତ୍ରଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟା ମାମାନି ପାତ୍ର , ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ସହଦେବ ପ୍ରଧାନ ,ସରପଂଚ ଧୋବା ସ୍ବାଇଁ , ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ମମତା କୁମାରୀ ପ୍ରଧାନ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ପ୍ରମୁଖଙ୍କ ସହ ପି ରାମଚନ୍ଦ୍ରପୁର ସରପଂଚ ଅଳୟ ପ୍ରଧାନ , ନିତ୍ୟାନନ୍ଦ ପ୍ରଧାନ , କୈଳାଶ ପାତ୍ର,ରାଜୀବ ପାତ୍ର, ସୁବାସ ବାଡ଼ତ୍ୟା କଲୁ ଚରଣଭୂୟାଁ ,ଗୋପାଳ ରାଉଳ ଶୁଶାନ୍ତ ସେଠୀ ଏ ମାଧବ ରାଓ ଦୋରା ପ୍ରମୁଖ ନିର୍ବାଚିତ ଦଳୀୟ ଜନପ୍ରତିନିଧି ଏବଂ ବିଜେଡି କର୍ମୀ ଯୋଗ ଦେଇଥିଲେ । ପ୍ରତାପଗିରି ଶ୍ରୀ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ବାହାରି ଏସ ଗୋପାଳପୁର , ପି ରାମଚନ୍ଦ୍ରପୁର , ଯିଉରା, ଗଙ୍ଗାପୂର୍, ଆମ୍ବଗାଁ , ଚୁଡ଼ଙ୍ଗପୁର ଆଦି ପଞ୍ଚାୟତରେ ପଡ଼ଯାତ୍ରା ପରିକ୍ରମଣ କରିଥିଲା । ଜନସମ୍ପର୍କ ପଦଯାତ୍ରାରେ ପ୍ରତି ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିବା ସହିତ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ , କୃଷି ଓ କୃଷକ ହିତକାରୀ ଯୋଜନା ସମନ୍ଧରେ ସଚେତନା କରିଥିଲେ । ଜନତାଙ୍କ ସ୍ୱାର୍ଥରେ କାମ କରୁଥିବା ବିଜେଡି ତାର ସଫଳତା ବଜାୟ ରଖିଥିବାକୁ କହିଥିଲେ।ଏହା ସହିତ ବିଭିନ୍ନ ବିକାଶ ଧାରାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ଵାନ ସହ ବିଜେଡି ସପକ୍ଷରେ ଜନମତ ବଜାୟ ରଖିବାକୁ ସାଧାରଣରେ ଆହ୍ଵାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ