ବିଜେଡି ଓ କଂଗ୍ରେସ ପରେ ପ୍ରାର୍ଥୀ ପତ୍ର ଘୋଷଣା କଲା ବିଜେପି
ସବୁ ଅଡୁଆ ସୁତା କୁ ସଫାଓ ଚିନ୍ତା କରି ଶେଷରେ ବିଜେପି ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀପତ୍ର ଘୋଷଣା କରିଛି ।ଲୋକସଭା ପ୍ରାର୍ଥୀ ପତ୍ର ରେ ବିଜେପି ୧୮୨ ଆସନର ପ୍ରାର୍ଥୀ ଘୋଷଣା କରିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଲଢିବେ ବୋଲି ଘୋଷଣା କରିଛନ୍ତି ।କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଦିଲ୍ଲୀ ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ନିକଟରେ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ ଓଡିଶାର ୧୦ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି ସୁନ୍ଦରଗଡରୁ ଜୁଏଲ ଓରାମ , କେନ୍ଦୁଝର ରୁ ଅନନ୍ତ ନାୟକ , ବାଲେଶ୍ୱର ରୁ ପ୍ରତାପ ଷଡଙ୍ଗୀ , ଢେଙ୍କାନାଳରୁ ରୁଦ୍ରନାରାରୟଣ ପାଣି , ନବରଙ୍ଗପୁରରୁ ବଳଭଦ୍ର ମାଝି , ଓ ଭୂବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ,ଆସ୍କା ରୁ ଶ୍ରୀମତି ପ୍ରିୟଦର୍ଶିନୀ ,ବ୍ରହ୍ମପୁରରୁ ଭୃଗୁବକ୍ସି ପାତ୍ର , ବଲାଙ୍ଗୀର ରୁ ସଂଙ୍ଗୀତା କୁମାରୀ ସିଂ ଦେଓ ଚୟନ କରିଛି ବିଜେପି ।


