ବିଜେଡି କର୍ମକର୍ତ୍ତା ଓ ଲୋକପ୍ରତିନିଧିଙ୍କ ବୈଠକ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଲକ ଓ ଏନଏସି ର ବିଜେଡି କର୍ମକର୍ତ୍ତା ଓ ଜନପ୍ରତିନିଧି ବୃନ୍ଦଙ୍କ ଏକ ବୈଠକ ପୋଲସରା ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଟିତ ଏହି ବୈଠକରେ ଆସନ୍ତା ୨୬ ତାରିଖ ଦିନ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ବିଷୟରେ ଆଲୋଚନା ହୋଇଥିଲା। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ୫୦୦୦ ରୁ ଉର୍ଦ୍ଧ୍ଵ କର୍ମୀ ଓ ସମର୍ଥକ ଯୋଗଦେବା ପାଇଁ ସ୍ଥିର ହୋଇଥିଲା।ଏହି ବୈଠକରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପ୍ରାକ୍ତନ ପୋଲସରା ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ଜିଲ୍ଲା ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ରେବତୀମୋହନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ,ପୂର୍ବତନ ବୁଗୁଡା ଏନଏସି ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ସୁନୀଲ ପାଢ଼ୀ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି,ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଓ ଜନପ୍ରତିନିଧି ଯୋଗ ଦେଇଥିଲେ।


