ବିଜେଡି କର୍ମୀଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ବିଜେଡି କର୍ମୀ ସନ୍ତୋଷ କୁମାର ରଣା(୬୦)ଙ୍କ ସୋମବାର ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି । ରାତ୍ରି ପ୍ରାୟ ୯ଟା ବେଳେ ସେ ଅସୁସ୍ଥତା ଅନୁଭବ କରିବାର ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇ ଦାହ କରାଯାଇଥିଲା । ସାନପୁଅ ବଳରାମ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କ ବାସଭବନରେ ପହଞ୍ଚ ଶେଷ ଦର୍ଶନ କରିବା ସହ ପଞ୍ଚାୟତ ସଭାପତି ଭୀମ ଚରଣ ସାମଲ ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ