ବିଜେଡି କର୍ମୀଙ୍କ ବଂଧୁ ମିଳନ

ରାଇରଙ୍ଗପୁର:୨୦୧୪ ଓଡ଼ିଶାର ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିର ଅଦ୍ଭୁତପୂର୍ବ ବିଜୟ ହୋଇଥିଲା ।୯ଟି ବିଧାନସଭାରେ ଏବଂ ଗୋଟିଏ ଲୋକ ସଭା ନିର୍ବାଚନରେ ବିଜେଡି ବିଜୟ ଲାଭ କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।ତଦସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟସଭା ପଦ ଏବଂ ଉପବାଚସ୍ପତି ପଦ ଦେଇଥିଲେ ।କ୍ଷମତାଦଖଲପରେକ୍ଷମତା,ଅର୍ଥବଳ,ଚାଟୁକାର ଓ ସୌଦାଗର ନୀତି , କର୍ମୀ ମାନଙ୍କ ସହିତ ସଂପର୍କ,ଜନ ସଂପର୍କ ନ ରଖିବାରୁ ସଂଗଠନ ୨୦୧୯ ନିର୍ବାଚନରେ ଭୁଷୁଡି ପଡିଲା ।ଲୋକସଭା, ଏବଂ ୬ଟି ବିଧାନସଭା ପଦ ହରାଇଲା ।ଦଳର ନବାଗତ ,ବାହାରୁ ଅଣାଯାଇଥିବା ନେତା ଦଳର ସର୍ବେସର୍ବା ଏବଂ ମୁଣ୍ଡିଆଳ ସାଜି ପୁରୁଣା, ବରିଷ୍ଠ,ବିଜୁ ଅନୁଗତ କର୍ମୀଙ୍କୁ ପେଶାଦାର ଚାଟୁକାରଙ୍କ ବୁଦ୍ଧିରେ ପଡି ହତାଦର,କୋଣଠେସା,ଅଣଦେଖା, ଦଳୀୟ ନିର୍ବାଚନ ପାଣ୍ଠି ହଡ଼ପ କରିବାର ପରିଣାମ ଭୋଗିଲେ । ମୟୂରଭଂଜ ମୂଳ ବିଜେଡି ଏବଂ ମୟୂରଭଞ୍ଜବାସୀ ସେମାନଙ୍କୁ ପାନେ ଚଖାଇଲେ । ଦୁର୍ଦ୍ଦିନରେ ଯେଉଁ ମୂଳ ବିଜେଡି ଆକ୍ଳାନ୍ତ ପରିଶ୍ରମ କରି ମୟୂରଭଂଜରେ ଦୁର୍ବାର ବିଜେଡି ସଂଗଠନ ଗଢିଥିଲେ‌ ତାହାକୁ କ୍ଷମତା ଲିପ୍ସୁ ନବାଗତ ମାନେ ନିଜର ଅର୍ଥ ପିପାସୁ , ଅହଂକାର ନୀତିରେ ଭୁଷୁଡି ଦେଲେ । ଦଳ ୫ ବର୍ଷ ପଛକୁ ଚାଲିଗଲା ।ଦଳର ହୃତ ଗୌରବକୁ ଫେରି ପାଇବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି କିଛି ପୁରୁଣା,ମଧ୍ୟମ ଏବଂ ନବାଗତ ଯୁବଗୋଷ୍ଠୀ ।ସରକାରୀ ଓକିଲ (ଏପିପି)ତଥା ବରିଷ୍ଠ ବିଜେଡି ନେତା ପଙ୍କଜ ଦାସ, ବିଜେଡି ଜିଲ୍ଲା ସଂପାଦକ ସୁବାଷ ମଣ୍ଡଳଙ୍କ ନେତୃତ୍ୱରେ ସାରସକଣା, ରାଇରଙ୍ଗପୁର, ଯଶିପୁର, ଏବଂ କରଂଜିଆ ନିର୍ବାଚନ ମଣ୍ଡଳୀର ଛାମୁଆଁ, ବରିଷ୍ଠ ଏବଂ ନବାଗତ କର୍ମୀମାନଙ୍କୁ ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ବଂଧୁ ମିଳନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇ ସଂଗଠନକୁ କିଭଳି ସୁଦୃଢ ହେବ,ଭଲ,ଅଭିଞ,ସଚ୍ଚୋଟ,କର୍ମଠ, ନିଷ୍ଠାବାନ,ଦଳ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିଙ୍କୁ ଦଳ ନେତୃତ୍ବ ପ୍ରଦାନ ପାଇଁ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ନେତା ତଥା ଜିଲ୍ଲା ସଂପାଦକ ପାର୍ଥ ସାରଥି କବି,ମିଟୁ ମହାନ୍ତି,ଶରତ ଦାସ, ଜଗନ୍ନାଥ ବଳ, ବୁଦ୍ଧିମାନ ମଣ୍ଡଳ, ମହିଳା ନେତ୍ରୀ ତନୁଜା ମହାନ୍ତ,ଜୁଲୁ ଭାଇ ,ରୀନା ଦାସ,ଜଲେନ ବାର୍ଦା,ଅମର ସିଂ ଟୁଡୁ,ମାଝିଆ ରାମ ମାଂଝୀ ,ପିଙ୍କୁ ବଳ, ପ୍ରମୁଖ ଵବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ସମସ୍ତେ ବଖାଣି ଥିଲେ ଆଗାମୀ ଦିନରେ ସ୍ବଛ,ଅଭିଞ, ଫୁଲ ଟାଇମ୍ ଲୋକଙ୍କୁ ଦଳର ପଦବୀ ପ୍ରଦାନ କରାଯାଇ ଦଳର ହୃତ ଗୌରବ ଫେରାଇ ଅଣାଯାଉ । ଗୋଷ୍ଠୀ କନ୍ଦଳ ଓ ଚାଟୁକାରମାନଙ୍କୁ ପ୍ରାୟ ଦିଆ ନ ଯାଉ ।ଦଳର କର୍ମିମାନେ ଅମିତାକୁ ଭୁଲି ଓଡ଼ିଶାର ସୁନାମଧନ୍ୟ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଶକ୍ତିଶାଳୀ କରିବାକୁ ଶପଥ ନେଇଥିଲେ ।ତଦସହ ଜିଲ୍ଲାର ପ୍ରଭାରୀ ବଵି ଦାସଙ୍କ ନେତୃତ୍ବ ଏବଂ ତାଙ୍କ କାର୍ଯ୍ୟାଦେଶକୁ ସମସ୍ତେ ଅକ୍ଷରେ ଅକ୍ଷରେ ପାଳନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଐକ୍ଯବଦ୍ଧ ଭାବେ ଦଳର କାର୍ଯ୍ୟଧାରାକୁ ଆପଣେଇ ଲୋକମାନଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।ଦିର୍ଘଵର୍ଷ ପରେ ଚିର ଅବହେଳିତ ହୋଇଥିବା ପୁରୁଣା ବିଜେଡିଙ୍କର ବଂଧୁ ମିଳନରେ ସମସ୍ତଙ୍କର ଭେଟଘାଟରେ କର୍ମୀ ମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ