ବିଜେଡି କାଉନସିଲର ସୁରେନ୍ଦ୍ର ବାରିକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜମ ଏନଏସିରେ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି କାଉନସିଲର ସୁରେନ୍ଦ୍ର ବାରିକି ନିର୍ନ୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ଏକ ମାତ୍ର ପାର୍ଥିରୂପେ ପାର୍ଥିପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଅରୁଣ କୁମାର ନାୟକ , କାଉନସିଲର ସୁରେନ୍ଦ୍ରଙ୍କୁ ଉପାଧ୍ୟକ୍ଷ ନିର୍ନ୍ଦନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପ୍ରତିଭା ପାଢ଼ୀ, ସ୍ୱାଧୀନ କାଉନସିଲର ଅରୁଣ କୁମାର ପଣ୍ଡା, ଓ ୧୦ ଜଣ ବିଜେଡି କାଉନସିଲର ଉପସ୍ଥିତ ଥିଲେ। ସନ୍ଧ୍ୟାରେ ବିଧାୟକ ସୁବାଷ ଚନ୍ଦ୍ର ବେହାର ଙ୍କ ଉପସ୍ଥିତରେ ଉପାଧ୍ୟକ୍ଷ ବାରିକ ଓ ୧୦ ଜଣ ବିଜେଡି କାଉନସିଲର ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ବିଜେଡି ଅଧକ୍ଷ ପାର୍ଥି ଝିଲି ପାତ୍ର, କାଉନସିଲର ପୁରୁଷୋତ୍ତମ ସାହୁ, ରିତାରାଣୀ ମହାରଣା, ରାଇବାରି ଜାନୀ, ସବିତା ବେହାର, ସଂଯୁକ୍ତା ଦାସ, ମହାଲକ୍ଷ୍ମୀ ନାୟକ, ସ୍ୱାଗତ ଆଶିଷ ନାୟକ, ସୁଜାତା କୁମାରୀ ମହାନ୍ତି, ପି.ମୋହନ ରେଡ୍ଡୀ, ପି.ଚନ୍ଦ୍ରଶେଖର ରେଡ୍ଡୀ, ପୁର୍ବତନ ଅଧ୍ୟକ୍ଷ ଉର୍ମିଳା ପଲେଇ, ନଗର ସଭାପତି ରାଜୁରେଡି, ବିଜେଡିନେତା ରାକେଶ ରଞ୍ଜନ ଦାସ, ସୁଧୀର ପାଢ଼ୀ,ନିଳାଞ୍ଚଳ ବାରିକ, ନବକୃଷ୍ଣପଣ୍ଡା, ଜିତୁ ପଣ୍ଡା, ମନୋଜ ପ୍ରଧାନ, ପପୁପଣ୍ଡା, ସୁରିଆ ପ୍ରଧାନ, ଗଣେଶ ମହାରଣା, ବିଭୁ ପଟ୍ଟନାୟକ, ଧରଣୀ ସାହୁ, ସୀମା ସାହୁ, ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ