ବିଜେଡି ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସଙ୍କ ନିର୍ବାଚନ ପ୍ରଚାର, ଓ ରୋଡ୍ ସୋ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଆଉ ହାତ ଗଣତି କିଛି ଦିନ ପରେ ସାଧାରଣ ନିର୍ବାଚନ । ଏଣୁ ପ୍ରଚାର ଅଭିଯାନକୁ ଅଧିକ ରୁ ଅଧ୍ଖଳ ଜୋରଦାର କରିବାକୁ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହା ସହ ନିର୍ବାଚନୀ ଉଷ୍ମତା ବଢିଚାଲିଛି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ । ଏନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ଠାରେ ରୋଡ଼୍ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ , ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କ ସମର୍ଥକ ମାନଙ୍କୁ ଧରି ଆଜି ନିର୍ବାଚନୀ ପ୍ରଚାର ସ୍ଥାନୀୟ ପୁତିଗୋପାଳପୁରର ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରୁ ବିରାଟ ବାଇକ୍ ରାଲିରେ ବାହାରି ଛତ୍ରପୁର ଏନ୍ଏସିର ସମସ୍ତ ୱାର୍ଡ ପରିକ୍ରମା କରି ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଜନମଙ୍ଗଳ କାର୍ଯ୍ୟ ଗୁଡ଼ିକୁ ନେଇ ଲୋକଙ୍କୁ ସଚେତନା କରାଇବା ସହ ଶଙ୍ଖ ଚହ୍ନରେ ଭୋଟ ଦେଇ ଉଭୟ ଙ୍କୁ ବିପୁଳ ପରିମାଣରେ ଭୋଟ ଦେବା ନିମନ୍ତେ ଅନୁରୋଧ କରିଥିଲେ । ଖାସ୍ କରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜୁ ଜନତା ଦଳର ବିଧାୟକ ପଦବୀ ହାତେଇବା ନିମନ୍ତେ ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀ ମାନେ ଆଗ୍ରହ ସହ ଘରେ ଘରେ ବୁଲି ଦଳୀୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ବିଜୟୀ କରିବା ନିମନ୍ତେ ଲାଗିପଡିଥିବା ଦେଖିବାକୁ ମିଳିଛି । ଛତ୍ରପୁର ଠାରେ ଏଭଳି ଶୋଭାଯାତ୍ରା ଦେଖି ବିରୋଧୀ ଦଳ ଏକ ପ୍ରକାର ଛାନିଆ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି ରୋଡ୍ ସୋ’ ରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ , ଆଦିକନ୍ଦ ସେଠୀ, ଯୁବନେତା ଜି. ପାପା ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଟି. ଚନ୍ଦ୍ରଶେଖର ରାଓ, ରାଜେଶ ସାହୁ ଓ ବି. ରାଜୁବାବୁ, ପୂର୍ବତନ ବିଜେଡ଼ି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ସରପଂଚ ଭଗବାନ ନାହାକ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷା ପ୍ରଦୋଷ କୁମାର ବେହେରା, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ବିଜେଡି ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀଙ୍କ ସମେତ ଶହ ଶହ ଯୁବକ, ମହିଳା ଓ ଦଳୀୟ ନେତା ଏବଂ କର୍ମୀମାନେ ଉପସ୍ଥିତ ରହି ଶଙ୍ଖ ଚିହ୍ନରେ ଭୋଟ ଦେବା ନିମନ୍ତେ ଲୋକମାନଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ