ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଛି। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦଯାତ୍ରା ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ, ଲକ୍ଷ୍ମୀଧର ସାହୁ, ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ଜେନା,ସମିତିସଭ୍ୟ ବିଷ୍ଣୁ ଚରଣ ଦାସ, ଯୁବ ସଭାପତି ଲଳିତ ରାଉତ, ବରିଷ୍ଠ ନେତୃତ୍ୱ ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ରଙ୍କ ସମେତ ପଞ୍ଚାୟତ ସ୍ତରୀୟ ସମସ୍ତ ଯୁବ ଛାତ୍ର ଓ ମହିଳା ନେତୃତ୍ୱମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପଦଯାତ୍ରା ଗାଁକୁ ଯାଇ ବିଜେଡି ଆଭିମୁଖ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଶ୍ରୀ ସାମଲ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ