ଯୁଗାଦ୍ଦ ର ପୁର୍ବାନୁମାନ ସତ୍ୟ ହେଲା ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା; ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି।
ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ।
ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ମନ୍ତ୍ରୀ ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଥିବା ବେଳେ କୋରାପୁଟରୁ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡ଼ରୁ ପ୍ରସନ୍ନ ଆଚାର‌୍ୟ୍ୟ, ଆସିକାରୁ ପ୍ରମିଳା ବିଷୋୟୀ ଓ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଧାନସଭା ଆସନ ପାଇଁ ବି ନାଁ ଘୋଷଣା କରାଯାଇଛି। ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ନର୍ଲାରୁ ଭୂପିନ୍ଦର ସିଂହ, ଖରିଆରୁ ଲମ୍ବୋଧର ନିହାଲ ଓ ଭବାନୀପାଟଣାରୁ ଦୁଷ୍ମନ୍ତ ନାଏକ ପ୍ରାର୍ଥୀ ହୋଇଛନ୍ତି।
ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଲାଲବିହାରୀ ହିମିରିକା, କୋରାପୁଟରୁ ରଘୁରାମ ପଡାଲ, ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ଜୟପୁରରୁ ରବି ନାରାୟଣ ନନ୍ଦ, ଉମରକୋଟରୁ ସୁବାସ ଗଣ୍ଡ, ଡାବୁଗାଁରୁ ମନୋହର ରନ୍ଧାରୀ, କୋଟପାଡ଼ରୁ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକା, ଧର୍ମଗଡ଼ରୁ ମହୋଷଧୀ ବାଗ, ବ୍ରହ୍ମପୁରରୁ ବିକ୍ରମ ପଣ୍ଡା, ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡିର ସୂର‌୍ୟ୍ୟ ନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ, ଛତ୍ରପୁରରୁ ସୁବାସ ବେହେରା, ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତି, ମୋହନାରୁ ପୂର୍ଣ୍ଣବାସୀ ନାୟକ, ଆସିକାର ମଂଜୁଳା ସ୍ୱାଇଁ, ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀ ପ୍ରାର୍ଥୀ ହୋଇଛନ୍ତି।
ସେହିପରି ପୋଲସରା ଶ୍ରୀକାନ୍ତ ସାହୁ, କବିସୂର‌୍ୟ୍ୟନଗରରୁ ଲତିକା ପ୍ରଧାନ, ଖଲିକୋଟରୁ କେ.କେ.ସୂର‌୍ୟ୍ୟମଣି ବହିଦାର, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, ବୌଦ୍ଧରୁ ପ୍ରଦୀପ ଅମାତ, କଣ୍ଟାମାଳରୁ ମହୀଧର ରଣା, ଭଂଜନଗରରୁ ବିକ୍ରମ ଆରୁଖ, ଦଶପଲ୍ଲାରୁ ରମେଶ ବେହେରା, ଟିଟିଲାଗଡ଼ରୁ ଟୁକୁନି ସାହୁ,ପାଟଣାଗଡ଼ରୁ ସରୋଜ ମେହେର,ସୋନପୁରରୁ ନିରଞ୍ଜନ ପୂଜାରୀ, କଣ୍ଟାବାଂଜିରୁ ଅଜୟ ଦାସ, ବୀରମହାରାଜପୁରରୁ ପ୍ରଦ୍ମନାଭ ବେହେରା, ବରଗଡ଼ରୁ ଦେବେଶ ଆଚାର‌୍ୟ୍ୟ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ପଦମପୁରରୁ ବିଜୟ ରଂଜନ ସିଂହବରିହା ଓ ଝାରସୁଗୁଡ଼ାରୁ ନବ ଦାସଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ