ବିଜେଡି ତରଫରୁ ଅସହାୟ ଓ ଅମ୍ଫାନ ପୀଡିତଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟଚରଭଂଜ ଜିଲ୍ଲାର ସର୍ବବୃହତ୍ ବଡ ବ୍ଲକ ବଡ଼ସାହି ବିଜେଡି ତରଫରୁ ‘କରୋନା” ସଂକ୍ରମଣରୁ ରକ୍ଷା କରିବା ଏବଂ ଅମ୍ଫାନରେ ଘର ଦ୍ୱାର ଭାଙ୍ଗି ଯାଇଥିବା ଅସହାୟ ଲୋକମାନଙ୍କ ପାଇଁ ବିଜେଡି ସଦା ସର୍ବଦା ତତ୍ପର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା , ସହାୟତା କରିବା ଏବଂ ମୟୂରଭଂଜ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମୟୂରଭଂଜ ବାସୀଙ୍କ ସୁଖଦୁଃଖର ସାଥୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ)ଙ୍କ ଆହ୍ବାନ ଲୋକମାନଙ୍କର ଅସୁବିଧାନିଜର ଅସୁବିଧା ଭାବି କର୍ମିମାନେ ସାହାଯ୍ୟ ଓ ସହାୟତା ର ହାତ ବଢ଼ାଇବାକୁ ବରିଷ୍ଠ ବିଜେଡି ନେତା ତଥା ବ୍ଲକ୍ ବିଜେଡି ସଭାପତି ଦକ୍ଷପ୍ରସାଦ ସଂଗଠକ, ସମାଜସେବୀ,ଦରଦୀ ମଣିଷ ଇଂ ପ୍ରକାଶ ଚନ୍ଦ୍ର ଦଳେଇଙ୍କ ବଳିଷ୍ଠ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର, ଗାଁ, ରାସ୍ତାରେ ଯାଉଥିବା ଲୋକ,ହାଟ ବଜାର ଆସୁଥିବା ଲୋକ, ଦୋକାନୀ,ବସ୍ ଯାତ୍ରୀ, ଡାକ୍ତରଖାନା କୁ ଆସୁଥିବା ଲୋକ ,ବିଲକୁ ,ଘର ନିର୍ମାଣ ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ,ସାବୁନ୍,ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ପ୍ରତିଦିନ ଚାଲୁ ରଖିଛନ୍ତି ।ତଦସହ ଅମ୍ଫାନରେ ଘର ଦ୍ବାର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ପଲିଥିନ, ଶୁଖିଲା ଖାଦ୍ୟ,ମାସ୍କ, ସାବୁନ୍ ବଣ୍ଟନ କରୁଛନ୍ତି । ତାଙ୍କର ଏହି ସମାଜସେବା କାର୍ଯ୍ୟରେ ଦଳୀୟ କର୍ମୀ ମହଲରେ ପ୍ରଶଂସିତ ହୋଇଛି ବେଳେ ସାଧାରଣରେ ପ୍ରଶଂସା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ,ବିଜେଡି ସଂପାଦକ,ଶରତ ଦାସ,ସୁରଥ ଦାସ,ଦୀପକ ସାହୁ, ପୂର୍ଣ୍ଣିମା ମିଶ୍ର,ଦିଲୀପ ପାତ୍ର, ଅତୁଲ୍ୟ ମହାନା,ପାଇକ ସିଂ,ରେଖା ମହାନ୍ତ,ପ୍ରମୋଦିନୀ ମହାନ୍ତ,, ସୁଲୋଚନା ରାଉତ, ପ୍ରଦୀପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ