ବିଜେଡି ତରଫରୁ ଆଲୋଚନା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଆଜି ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ବିଜେଡି ପକ୍ଷରୁ ୨୦୧୯ ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେଡି ସମ୍ପାଦକ ମୀନକେତନ ଅମାନ୍ତ, ଜିଲ୍ଲା ସଭାପତି ରଜନୀ କାନ୍ତ ସିଂ, ସମିତି ସଭ୍ଯ ଶିବ ରାମ ମାଝୀ, ସରପଞ୍ଚ ସଚିଦାନଁଦ ବେହେରା, ଆଖପାଖ ଗ୍ରାମ ର ସରପଞ୍ଚ ଓ ସହସ୍ର ବିଜେଡି କର୍ମୀ ଉପସ୍ଥିତ ରହି ୨୦୧୯ ନିର୍ବାଚନ ରେ କିପରିଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଲୋକଙ୍କ ପାଖରେ ପହଞ୍ଚାଇବା ଓ ମାନ୍ୟବର ବିଧାୟକ ଙ୍କୁ ଆଉ ଥରେ ବିଧାୟକ ରୂପେ ପାଇବା ପାଇଁ ଆଲୋଚନା କରାଇଥିଲା। ସେହିପରି ବୁଢ଼ାପଙ୍କ ଗ୍ରାମରେ ମଧ୍ଯ ବିଜେଡି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ