ବିଜେଡି ପକ୍ଷରୁ ଜନସଂପର୍କ ପଦ ଯାତ୍ରା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ଗାନ୍ଧୀ ଜୟନ୍ତୀ ଠାରୁ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନୀ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ହରିପୁର ଗ୍ରାମ ପଞ୍ଚାୟତ ର ଗୋପାଳ ଜୀଉ ମନ୍ଦିର ଠାରୁ ବିଜେଡ଼ି ର ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଗଡପଦନପୁର , ଓ ସାଇଁଶ ଶାସନ ପଞ୍ଚାୟତ ପରିକ୍ରମା କରି ନବୀନ ସରକାର ଙ୍କ ବିକାଶ ଓ ସ୍ବଚ୍ଛତା ର ବାର୍ତ୍ତା ପହଞ୍ଚାଇବା ସହିତ ଜନ ସାଧାରଣଙ୍କ ସୁବିଧା ଅସୁବିଧା କୁ ଅନୁଧ୍ୟାନ କରାଯାଇଥିଲା । ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପ୍ରତ୍ୟେକ ୱାର୍ଡ ରେ ବିଜେଡି ସରକାର ର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ ବୋଲି ବିଧାୟକ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।ଅକ୍ଟୋବର ୧୨ ତାରିଖରୁ ମାସେ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଜୋନ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।ଏହା ସହ ରକ୍ତଦାନ ଶିବିର ,ବୃକ୍ଷ ରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତି ବନ୍ଧତାର କାର୍ଯ୍ୟକ୍ରମ କରାଯିବ ।ଡିସେମ୍ବର ୨୬ ରେ ଦଳର ପ୍ରତିଷ୍ଠା ଦିବସକୁ ମହା ସମାରୋହରେ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ ।ଅକ୍ଟୋବର ୧୩ ରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତ ରେ ସାଂଗଠନିକ ବୈଠକ ଅନୁଷ୍ଠିତ କରାଯାଇ ୱାର୍ଡ ସ୍ତରରୁ ଦକ୍ଷତା ସମ୍ପର୍ନ୍ନ ସର୍ବନିମ୍ନ ୫ ଜଣ ରୁ ଅଧିକ କାର୍ଯ୍ୟକର୍ତ୍ତା ମନୋନୟନ କରିବା ସହିତ ୱାର୍ଡ କମିଟି ଗଠନ ପ୍ରକ୍ରିୟା ସମାପନ କରାଯିବ ।ଏହି ଅବସରରେ ଓଡ଼ିଶାର ସଂଗ୍ରାମୀ ଓ ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବା ସହ ଓଡ଼ିଶା ବିକାଶ କୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ ବୋଲି ବିଧାୟକ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଶହ ଶହ ଦଳୀୟ ନେତୃତ୍ଵ, କର୍ମୀ ଯୋଗ ଦେଇଥିଲେ । ଜନ ସମ୍ପର୍କ ପଦଯାତ୍ରା ଅବସରରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ଵ ଉପରେ ଆସ୍ଥା ପ୍ରକଟ କରି ନିମାପଡ଼ା ବ୍ଲକ ହରିପୁର ,ଗଡପଦନପୁର ଏବଂ ଶାଇଁସ ଶାସନ ପଞ୍ଚାୟତ ର ୧୦୦ ରୁ ଉର୍ଦ୍ଧ ପରିବାର ଅନ୍ୟ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସମସ୍ତ ଙ୍କୁ ବିଧାୟକ ଶ୍ରୀ ଦାଶ ସ୍ବାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ