ବିଜେଡି ପକ୍ଷରୁ ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ

ପୁରୀ (ଯୁଗାବ୍ଦ ନ୍ୟୁଜ): ମହାବାତ୍ୟା ଫାନିରେ ପୁରୀ ଜିଲ୍ଳାରେ ଆତଙ୍କ ଖେଳାଇଥିବାବେଳେ ବିଶେଷଭାବରେ ପୁରୀ ଜିଲ୍ଳାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାଫଳରେ ସେମାନେ ମୁଣ୍ଡ ଟେକି ବଞ୍ଚିବା କଷ୍ଟକର ହୋଇପଡ଼ିଛି । ମାତ୍ର ବାତ୍ୟା ସାଙ୍ଗକୁ ସେମାନଙ୍କୁ ପାନୀୟ, ଖାଦ୍ୟ ଓ ବାସଗୃହରେ ବାଧା ଉପୁଜିଛି । ଏପରିକି ସେମାନେ ରାସ୍ତାକଡ଼ରେ ପାଲତଳେ ଆଶ୍ରୟ ନେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ଏହାକୁ ଗୁରୁତର ଭାବେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ଉଦ୍ୟମରେ ବିଜୁ ଜନତା ଦଳ ପକ୍ଷରୁ ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ୍ର ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ବାସହୀନ ଲୋକଙ୍କୁ ମାଗଣାରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ରାଜ୍ୟର ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ନିଜେ ଘଟଣାସ୍ଥଳକୁ ଯାଇ ସେଠାରେ ଉପସ୍ଥିତ ରହି ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ସହ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି । ଯେପରି ଭାବେ ସେମାନଙ୍କର ଖାଦ୍ୟ, ପାନୀୟ ଅଭାବ ନହେବ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷଭାବେ ପୁରୀ ଜିଲ୍ଲାକୁ ଗୁରୁତ୍ୱ ଦେଉଥିବାବେଳେ ଚିଲିକା କୂଳରେ ଅବସ୍ଥିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଲକ୍ଷଲକ୍ଷ ଅଧିବାସୀଙ୍କୁ ଯେପରି ସମସ୍ତ ସୁବିଧା ଓ ସୁଯୋଗ ଉପଲବ୍ଧ ହୋଇପାରିବ ସେନେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ମୋଟ୍ ଆଠ ଜଣଙ୍କୁ ନିଯୁକ୍ତି କରାଯାଇଛି । ସାତପଡ଼ାର ୭ଟି ପଞ୍ଚାୟତ ଦାୟିତ୍ୱରେ ରାଜ୍ୟସଭା ସାଂସଦ ଭାସ୍କର ଚନ୍ଦ୍ର ରାଓ, ବ୍ରହ୍ମଗିରି ୩ଟି ପଞ୍ଚାୟତ ଦାୟିତ୍ୱରେ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନିଧି ସାମଲ, ବ୍ରହ୍ମଗିରି ଆଉ ୫ ପଞ୍ଚାୟତ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସୁଶାନ୍ତ ସିଂ, ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ଏବଂ ପୁରୀ ସଦରର ୬ ପଞ୍ଚାୟତ ପାଇଁ ରାଉରକେଲାର ପୂର୍ବତନ ବିଧାୟକ ସାରଦା ନାୟକ ଓ ବିଧାୟକ ରାଜେନ୍ଦ୍ର ଡୋଲମିଆଁ ନିଜ ହାତକୁ ଉକ୍ତ ପଞ୍ଚାୟତର ଦାୟିତ୍ୱ ନେଇ ସମସ୍ତ ଅଧିବାସୀଙ୍କୁ ଦୀର୍ଘ ସାତ ଦିନ ଧରି ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମାତ୍ର ସ୍ଥାନୀୟ ବିଧାୟକଙ୍କର ଏପରି ଉଦ୍ୟମ ଦେଖି ବାତ୍ୟା ପ୍ରପୀଡ଼ିତ ଖୁସି ବ୍ୟକ୍ତ କରିବାସହ ବିଧାୟକଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ